ଉତ୍ତରପ୍ରଦେଶରେ ଜଙ୍ଗଲରାଜ୍ ଚାଲିଛି : ମାୟାବତୀ

0 71

ଲକ୍ଷେ୍ନø : ଉତ୍ତରପ୍ରଦେଶରେ ବଢ଼ୁଥିବା ଅପରାଧକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ । ସର୍ବପ୍ରଥମ ଉତ୍ତରପ୍ରଦେଶ ଯୋଗୀ ସରକାର ବର୍ତ୍ତମାନ ବାହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀଙ୍କ ଟାର୍ଗେଟରେ ଆସିଛନ୍ତି । ମାୟାବତୀ ଟୁଇଟ୍ କରି କହିଛନ୍ତି ଯେ ୟୁପିର ବିଜେପି ସରକାରରେ ସମସ୍ତ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ପ୍ରକାରର ଅତ୍ୟା·ରର ଶିକାର ହେଉଛନ୍ତି । ତା’ ମଧ୍ୟରୁ ଦଳିତଙ୍କ ପ୍ରତି ଅନ୍ୟାୟ ଏବଂ ଅତ୍ୟା·ର କ୍ରମାଗତ ଭାବରେ ବଢ଼ିଚାଲିଛି । ଏହି ଘଟଣାକୁ ନେଇ ସେ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ରାୟବରେଲିରେ ପୋଲିସର ଅତ୍ୟା·ର ଯୋଗୁଁ ଦଳିତ ଯୁବକଙ୍କର ମୃତ୍ୟୁ ଘଟିଛି । ଆଗ୍ରାଠାରେ ତିନି ଦଳିତଙ୍କର ମୃତ୍ୟୁ ହୋଇଥିଲା । ବିଏସପି ମୁଖ୍ୟ ଏଥିରେ ଦୁଃଖ ପ୍ରକାଶ କରି ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ସରକାରଙ୍କ ଠାରେ ଦାବି କରିଛନ୍ତି । ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ବଳ ଶ୍ରେଣୀର ସୁରକ୍ଷାକୁ ସରକାର ନିଶ୍ଚିତ କରିବା ଉଚିତ୍ । ସେ କହିଛନ୍ତି ଯେ ୟୁପିରେ ପ୍ରତିଦିନ ଏଭଳି ଯନ୍ତ୍ରଣାଦାୟକ ଘଟଣା ଘଟୁଛି । ଏହା ପ୍ରମାଣ କରେ ଯେ ରାଜ୍ୟରେ ଜଙ୍ଗଲରାଜ୍ ଚାଲିଛି । ସୂଚନାଯୋଗ୍ୟ ଗତ କିଛିଦିନ ମଧ୍ୟରେ ୟୁପିର ବିଭିନ୍ନ ଅଞ୍ଚଳରେ ଅପହରଣ, ହତ୍ୟା ଭଳି ଅନେକ ଘଟଣା ଘଟିଯାଇଛି ।

Leave A Reply

Your email address will not be published.