ରାମପୁର ସେକ୍ଟରରୁ ବିପୁଳ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ

0 68

ଶ୍ରୀନଗର : ଆତଙ୍କୀ ଗତିବିଧି ଉପରେ ନଜର ରଖୁଥିବା ବେଳେ ସେନାବାହିନୀକୁ ସଫଳତା ମିଳିଛି । ବାରାମୁଲା ଜିଲ୍ଲାର ରାମପୁର ସେକ୍ଟରରେ ରବିବାର ଦିନ ସନ୍ଦିଗ୍ଧ ଗତିବିଧି ଦେଖାଯାଇଥିଲା । ଯାହା ପରେ ଆକ୍ସନରେ ଆସିଥିଲେ ସେନାବାହିନୀ । ପୁରା ଅଞ୍ଚଳରେ ସେନାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସାତଘଣ୍ଟା ଧରି ·ଲିଥିବା ସର୍ଚ୍ଚ ଅପରେସନ ପରେ ରାମପୁର ସେକ୍ଟରର ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବନ୍ଧୁକ, ଗୁଳିଗୋଳା ସହିତ ବଡ଼ ଧରଣର ତୋପ ଜବତ ହୋଇଛି । ସୋମବାର ଦିନ ବିଳମ୍ବିତ ରାତିରେ ପୁରା ଅଞ୍ଚଳରେ ସନ୍ଦିଗ୍ଧ ଗତିବିଧି ନଜର ଆସିଥିଲା । ଯାହାର ଖବର ସେନାବାହିନୀକୁ ମିଳିବା ପରେ ସାତ ଘଣ୍ଟା ଧରି ·ଲିଥିବା ସର୍ଚ୍ଚ ଅପରେସନାରେ ସେନାକୁ ବଡ଼ ଧରଣର ସଫଳତା ମିଳିଛି । ତେବେ ସେନାବାହିନୀ ଜବତ କରିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୫ଟି ଏକେ-୪୭, ୬ଟି ପିସ୍ତଲ, ୨ଟି ଗ୍ରେନେଡ୍, ୨୧ଟି ହ୍ୟାଣ୍ଡ ଗ୍ରେନେଡ୍, ପିସ୍ତଲ ସହ ୬ଟି କାର୍ତୁସ, ଏକ-୪୭ର ୧୨୫୪ଟି କାର୍ତୁସ ଓ ଗୋଟିଏ ରେଡିଓ ସେଟ୍ ଜବତ ହୋଇଛି । ତେବେ ଏତେପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବା କୌଣସି ବଡଧରଣର ଅଘଟଣରୁ ବର୍ତ୍ତିବା । ଏହାପୂର୍ବରୁ ସୋମବାର ଦିନ ସୀମାନ୍ତ ଜିଲ୍ଲାରୁ ଜଣେ ଆତଙ୍କବାଦୀକୁ ଗିରଫ କରିବା ସେନା ସଫଳ ହୋଇଛ ।

Leave A Reply

Your email address will not be published.