ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅବଦୁଲ୍ ବସିତ୍ ପରିହାର ଅଟକ

0 69

ଅବଦୁଲ ବାସିତଙ୍କ ଠାରୁ ଡ୍ରଗ୍ସ ନେଇଥିଲେ ରିୟାଙ୍କ ଭାଇ ଶୋଭିକ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ (ଏନସିବି) ବୁଧବାର ସକାଳେ ଅବଦୁଲ ବସିତ ପରିହାର ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ଅବଦୁଲ ବାସିତ୍ଙ୍କ ପ୍ରତ୍ୟକ୍ଷ ଲିଙ୍କ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସହ ରହିଛି । ଏନସିବି ସୂତ୍ର ଅନୁଯାୟୀ ଶୋଭିକ୍ ଅବଦୁଲ ବାସିତ୍ଙ୍କ ଠାରୁ ଡ୍ରଗ୍ସ ନେଇଥିଲେ । ମଙ୍ଗଳବାର ଦିନ ଏନସିବି ଜୈଦ ବିଲାତ୍ରା ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି । ଜୈଦ୍ଙ୍କ ସହ ଅବଦୁଲ ବାସିତ୍ଙ୍କ ସହ ମଧ୍ୟ ସମ୍ପର୍କ ରହିଛି । ଅବଦୁଲ ବାସିତ୍ ହିଁ ଜୈଦ୍ ଏବଂ ଶୋଭିକଙ୍କୁ ପରିଚିତ କରାଇଥିଲେ । ବର୍ତ୍ତମାନ ଏହି ଲିଙ୍କ୍ ପ୍ରକାଶ ପାଇବା ପରେ ଏନସିବି ଶୋଭିକ୍ ଏବଂ ରିୟାଙ୍କୁ ଡକାଇ ପଚରାଉଚରା ପାଇଁ ଡାକିବ ।
ବର୍ତ୍ତମାନ ବାନ୍ଦ୍ରାଠାରେ ରହୁଥିବା ଜୈଦ ବିଲାତ୍ରା ନାମକ ଜଣେ ୨୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉପରେ ଏନସିବି କଡା ନଜର ରଖିଛି । ସେହିପରି ଏନସିବି ହାତରେ ଜୈଦ୍ ଏବଂ ସାମୁଏଲ ମିରାଣ୍ଡାଙ୍କ ମଧ୍ୟରେ ହୋଇଥିବା ଚାଟ୍ ହସ୍ତଗତ ହୋଇଛି । ଏହା ସହିତ ଅବଦୁଲ ବସିତ ପାରୀହର ଏବଂ ସୁର୍ଯ୍ୟଦୀପ ମାଲହୋତ୍ରା ନାମକ ଦୁଇ ଜଣଙ୍କ ସହ ଜୈଦ୍ଙ୍କ ·ଟ୍ ମଧ୍ୟ ସାମ୍ନାକୁ ଆସିଛି । ଶୋଭିକ୍ ଚକ୍ରବର୍ତ୍ତୀଙ୍କ ସହ ଅବଦୁଲ୍ ବସିତ ପାରିହର ଏବଂ ସୁର୍ଯ୍ୟଦୀପ ମାଲହୋତ୍ରାଙ୍କ ସହ ଡ୍ରଗ୍ ସମ୍ବନ୍ଧୀୟ ·ଟ୍ କରିଥିବା ମଧ୍ୟ ସୂଚନା ମିଳିଛି

Leave A Reply

Your email address will not be published.