ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ ଉପରେ ଫେସବୁକ କାର୍ଯ୍ୟାନୁଷ୍ଠାନ

0 88

୪୫୩ ପାକିସ୍ତାନୀ ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ବିରୋଧରେ ପ୍ର·ର ପ୍ରସାର ଉପରେ ଫେସବୁକ ଏକ ବଡ଼ ପଦକ୍ଷେପ ନେଇଛି । ମିଥ୍ୟା ଖବର ଏବଂ ଭାରତ ବିରୋଧୀ ପ୍ର·ରରେ ନିୟୋଜିତ ଥିବା ପାକିସ୍ତାନରୁ ପରିଚାଳିତ ୪୫୩ ଫେସବୁକ ଆକାଉଣ୍ଟ, ୧୦୩ ଫେସବୁକ ପେଜ, ୭୮ ଗୋଷ୍ଠୀ ଏବଂ ୧୦୭ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଫେସବୁକ ସସ୍ପେଣ୍ଡ କରିଛି । କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ପ୍ରସଙ୍ଗରେ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ ଫେସବୁକରେ ଅନେକ ସମୟରେ ଅଭିଯୋଗ କରାଯାଏ ଯେ ଏହା ଭାରତରେ ଜାତୀୟତାବାଦୀ ଚିନ୍ତାଧାରାକୁ ଦମନ କରିବା ପାଇଁ କିଛି ବ୍ୟକ୍ତି କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଚିଠିରେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ୨୦୧୯ରେ ଲୋକସଭା ନିର୍ବାଚନ ପୂର୍ବରୁ ଫେସବୁକ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଦକ୍ଷିଣପନ୍ଥୀ ଚିନ୍ତାଧାରାର ସମର୍ଥକଙ୍କ ପୃଷ୍ଠାଗୁଡ଼ିକୁ ଡିଲିଟ କରିଦେଇଛି କିମ୍ବା ସେମାନଙ୍କ ସଂଖ୍ୟା ହ୍ରାସ କରିଛି । ଯେଉଁଠାରେ ଫେସବୁକ୍ ସନ୍ତୁଳିତ ଏବଂ ନ୍ୟାୟଯୁକ୍ତ ହେବା ଉଚିତ୍ ।

Leave A Reply

Your email address will not be published.