ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବେ ମୋଦି

0 77

ମିଳିତ ଜାତିସଂଘ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ସେପ୍ଟେମ୍ବରରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିପାରିବେ । ଉଚ୍ଚସ୍ତରୀୟ ବୈଠକ ପାଇଁ ବିଶ୍ୱ ସଂସ୍ଥା ଦ୍ୱାରା ପ୍ରକାଶିତ ବକ୍ତାମାନଙ୍କ ତାଲିକାରେ ଏହି ସୂଚନା ପ୍ରକାଶ ପାଇଛି । ମିଳିତ ଜାତିସଂଘର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଚଳିତବର୍ଷ ବାର୍ଷିକ ସାଧାରଣ ସଭା ଅଧିବେଶନ ଅନଲାଇନରେ ଅନୁଷ୍ଠିତ ହେଉଛି ଏବଂ ବିଶ୍ୱ ମହାମାରୀ ହେତୁ ଦେଶ ତଥା ସରକାରର ମୁଖ୍ୟମାନେ ଏହି ସମାବେଶରେ ପ୍ରତ୍ୟକ୍ଷ ଯୋଗ ଦେଇ ପାରିବେ ନାହିଁ । ବିଶ୍ୱସ୍ତରୀୟ ନେତାମାନେ ଅଧିବେଶନ ପାଇଁ ପୂର୍ବ-ରେକର୍ଡ ହୋଇଥିବା ଭିଡିଓ ବିବୃତ୍ତି ହସ୍ତାନ୍ତର କରିବେ । ମିଳିତ ଜାତିସଂଘର ସାଧାରଣ ସଭା ଏବଂ ସମ୍ମିଳନୀ ପରି·ଳନା ବିଭାଗ ମଙ୍ଗଳବାରର ୭୫ ତମ ଅଧିବେଶନର ସାଧାରଣ ଆଲୋଚନା ପାଇଁ ସ୍ଥାୟୀ ମିଶନକୁ ବକ୍ତାମାନଙ୍କର ତାଲିକା ପ୍ରକାଶ କରିଛି । ତାଲିକା ଅନୁଯାୟୀ, ୨୬ ସେପ୍ଟେମ୍ବର ସକାଳେ ମୋଦୀ ସାଧାରଣ ଆଲୋଚନାକୁ ସମ୍ବୋଧିତ କରିିବେ । ସାଧାରଣ ବିତର୍କ ପାଇଁ, ଅନ୍ତିମ ଷ୍ଟେଟମେଣ୍ଟ କ୍ରମ ଭିନ୍ନ ହୋଇପାରେ । ସାଧାରଣ ଆଲୋଚନା ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ·ଲିବ ।

Leave A Reply

Your email address will not be published.