ବେଜିଂକୁ ମୁକାବିଲା କରିବାକୁ ଅ।ମେରିକା ପ୍ରସ୍ତୁତ

ୱାଶିଂଟନ୍: ଭାରତ-ଚୀନ୍ ବିବାଦରେ ଆମେରିକା ପୁଣି ଥରେ ଭାରତକୁ ସମର୍ଥନ କରିଛି । ଆମେରିକା କହିଛି ଯେ ବେଜିଂରୁ ବାରମ୍ବାର ଉତ୍ତେଜନାକୁ ସାମ୍ନା କରିବାର ଏକମାତ୍ର ଉପାୟ ହେଉଛି ଏହାର ମୁକାବିଲା କରିବା । ଏଲ୍ଏସିରେ ·ଲିଥିବା କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ଆମେରିକା କହିଛି । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସହିତ କଥାବାର୍ତ୍ତା କରି ମେରିକୀ ରାଜ୍ୟ ବିଭାଗର ମୁଖପାତ୍ର କହିଛନ୍ତି ଯେ ଆମେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରୁଛୁ । କିନ୍ତୁ ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଥିବା ବେଜିଂ ଅଭ୍ୟାସକୁ ମୁକାବିଲା କରିବାର ସମୟ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ମଧ୍ୟ ଅନେକ ଥର ସ୍ପଷ୍ଟ କରିଛନ୍ତି ଯେ ବେଜିଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅତ୍ୟଧିକ ଆକ୍ରମଣାତ୍ମକ ନୀତି ଆପଣେଇଛି ଯାହା ବିବ୍ରତ କରୁଛି । ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ତାଇୱାନ ଷ୍ଟ୍ରେଟ୍ ଠାରୁ ଜିନଜିଆନ୍, ଦକ୍ଷିଣ ଚୀନ୍ ସାଗର ଠାରୁ ହିମାଳୟ ଏବଂ ସାଇବର ସ୍ପେସ୍ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସଂଗଠନ ପର୍ଯ୍ୟନ୍ତ ଆମେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହ ଲଢ଼ୁଛୁ, ଯିଏକି ଲୋକଙ୍କୁ ଦମନ କରିବାକୁ ଏବଂ ପଡୋଶୀ ଦେଶକୁ ଧମକ ଦେବାକୁ ·ହୁଁଛି । ଏହି ଉତ୍ତେଜନାକୁ ବନ୍ଦ କରିବାର ଏକମାତ୍ର ଉପାୟ ହେଉଛି ବେଜିଂକୁ ସାମ୍ନା କରିବା । ଉଲ୍ଲେଖନୀୟ କଥା ହେଉଛି, ୨୯-୩୦ ଅଗଷ୍ଟ ରାତିରେ ଚୀନ୍ ସେନା ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ବ୍ୟାଙ୍କ ଅଞ୍ଚଳରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନା ଚୀନ୍ ସେନାକୁ ଶକ୍ତ ପ୍ରହାର ଦେବାକୁ ସକ୍ଷମ ହୋଇଥିଲା । ୩୧ ଅଗଷ୍ଟ ରାତିରେ ଚୀନ୍ ପୁଣି ଥରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଆଶ୍ଚର୍ଯ୍ୟର କଥା କମାଣ୍ଡରସ୍ତରୀୟ ଆଲୋଚନା ·ଲିଥିବା ସମୟରେ ଚୀନ୍ ପକ୍ଷରୁ ଏହି କାର୍ଯ୍ୟ ଘଟିଥିଲା । ଲଦାଖର ଏଲ୍ଏସିରେ ଭାରତୀୟ ସେନା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଏହାର ଟ୍ୟାଙ୍କ ନିୟୋଜିତ କରିସାରିଛି । ଚୁସୁଲ ଏବଂ ଡେମୋକୋକରୁ ଚୀନ୍ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ଭାରତ ଏଭଳି ପଦକ୍ଷେପ ନେଇଛି ।

Leave a Reply

Your email address will not be published. Required fields are marked *