ପାକିସ୍ତାନକୁ ନୂଆ ଟ୍ୟାଙ୍କର ଟେକ୍ନୋଲୋଜିରେ ସାହାଯ୍ୟ କରୁଛି ଚୀନ୍

0 71

ନୂଆଦିଲ୍ଲୀ : ଚୀନ୍ ଲଦାଖ ସୀମାରେ କ୍ରମାଗତ ଭାବରେ ପ୍ରତାରଣା କରିଚାଲିଛି । କିନ୍ତୁ ଭାରତୀୟ ଯବାନମାନେ ଏହାର ଉପଯୁକ୍ତ ଜବାବ ଦେଉଛନ୍ତି । ସେପଟେ ଚୀନ୍ର ଆଉ ଏକ ପଦକ୍ଷେପ ପ୍ରକାଶ ପାଇଛି । ଚୀନ୍ ପାକିସ୍ତାନକୁ ଭିଟି-୪ ଟ୍ୟାଙ୍କର ନୂଆ ଟେକ୍ନୋଲୋଜି ଦେଉଛି । ୩୫୦ ରୁ ଅଧିକ ଟ୍ୟାଙ୍କର ଉନ୍ନତି ପାଇଁ ଚୀନ୍ ପାକିସ୍ତାନ ସହ ଜଡିତ ଆଧୁନିକ ଜ୍ଞାନକ କୌଶଳ ଯୋଗାଇବ । ଏହାପୂର୍ବରୁ ଚୀନ୍ ଅନେକ ଦିଗରେ ପାକିସ୍ତାନକୁ ସମର୍ଥନ କରିଆସୁଛି ଏବଂ ବର୍ତ୍ତମାନ ସମାନ କଥା ପ୍ରମାଣିତ ହୋଇଛି । ଭିଟି-୪ ହେଉଛି ଏକ ମୁଖ୍ୟ ଯୁଦ୍ଧ ଟାଙ୍କି, ଯାହାକୁ ଏମ୍ବିଟି-୩୦୦ ମଧ୍ୟ କୁହାଯାଏ । ଚୀନ୍ ଦ୍ୱାରା ନିର୍ମିତ ଏହି ଟ୍ୟାଙ୍କକୁ ତୃତୀୟ ପିଢ଼ିିର ଟ୍ୟାଙ୍କ ଭାବରେ ବିବେଚନା କରାଯାଏ, ଯାହା ପିଏଲ୍ଏ ଦ୍ୱାରା ବ୍ୟବହୃତ ହୁଏ । ସୂଚନାନୁସାରେ ଚୀନ୍ କମ୍ପାନୀ ପାକିସ୍ତାନ ପାଇଁ ୧୨୦ ଅଲ-ଖାଲିଦ -୧ ଟ୍ୟାଙ୍କ ନିର୍ମାଣ କରିବାରେ ସାହାଯ୍ୟ କରୁଛି ।

Leave A Reply

Your email address will not be published.