ସ୍ଥିତି ସମୀକ୍ଷା ପାଇଁ ଏଲ୍ଏସି ପହଂଚିଲେ ସେନା ମୁଖ୍ୟ

0 71

ନୂଆଦିଲ୍ଲୀ : ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାନେ ଗୁରୁବାର ଲଦାଖରେ ପହଞ୍ଚି ପ୍ରକୃତ ନିୟନ୍ତ୍ରଣ ଲାଇନରେ ·ଲିଥିବା ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି । ସେନା ସୂତ୍ରରୁ ପ୍ରକାଶ ଯେ ଲଦାଖର ତାଙ୍କର ୨ ଦିନିଆ ଗସ୍ତ ସମୟରେ ଜେନେରାଲ ନାରଭାନେଙ୍କୁ ବରିଷ୍ଠ ଫିଲ୍ଡ କମାଣ୍ଡରମାନେ ସ୍ଥିତି ସମ୍ପର୍କରେ ସୂଚନା ଦେବେ । ଜେନେରାଲ ନାରଭାନେଙ୍କ ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ଭାଗକୁ ଦଖଲ କରିବା ପାଇଁ ଭାରତୀୟ ସେନା ପଦକ୍ଷେପ ନେବା ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ôଚଛିୟ ଭାରତୀୟ । ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୯ ଏବଂ ୩୦ ରାତିରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ଚୀନ୍ ସେନା ଏଲ୍ଏସିକୁ ଜୋରଜବରଦସ୍ତ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ସେମାନଙ୍କୁ ରୋକିବାରେ ସଫଳ ହୋଇଛି । ଭାରତୀୟ ସେନା ଚୀନ୍ ସେନାର ଆର୍ମୋର୍ଡ ରେଜିମେଣ୍ଟର ଗତିବିଧିକୁ ଦେଖିବା ମାତ୍ରେ ସେମାନେ କାର୍ଯ୍ୟରେ ଲାଗିଥିଲେ ଏବଂ ବ୍ଲାକ୍ ଟପ୍ର ଶୀର୍ଷକୁ ନିୟନ୍ତ୍ରଣ କରିବାରେ ସଫଳ ହେଲେ । ଅଗଷ୍ଟ ୩୦ ଏବଂ ୩୧ ରାତିରେ ଚୀନ୍ ସେନା ପୁଣି ଥରେ ଆଗକୁ ବଢ଼ିିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସେନା ପାଟ୍ରୋଲିଂ ପଏଣ୍ଟ (ପିପି) ମଧ୍ୟରେ ଥିବା ଅନେକ ପାହାଡକୁ କାବୁ କରିବାକୁ ସକ୍ଷମ ହୋଇଛି । ଭାରତୀୟ ସେନାର ପରାକ୍ରମ ଦେଖି ଚୀନ୍ ଭାରତ ବିରୋଧରେ ଏକ ନୂଆ ଫ୍ରଣ୍ଟ ଖୋଲିବା ଯୋଜନାରେ ରହିଛି । ଅର୍ଥାତ ପିଏଲ୍ଏ ସେନା ଏଲ୍ଏସିକୁ ପ୍ରତିରୋଧ କରିବା ପାଇଁ ଏସବୁ ସ୍ଥାନରେ ଯୁଦ୍ଧ ଟ୍ୟାଙ୍କର ନିୟୋଜିତ କରିବାରେ ଲାଗିଛି । ଏହାକୁ ଲକ୍ଷ୍ୟ ରଖି ଭାରତୀୟ ସେନା ମଧ୍ୟରେ ଏଲ୍ଏସିରେ ବିପୁଳ ସଂଖ୍ୟକ ଟ୍ୟାଙ୍କର ନିୟୋଜିତ କରିବା ଉଦ୍ୟମ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.