ଶିବସେନା ନେତା ସଞ୍ଜୟ ରାୱତ ମୋତେ ଖୋଲାଖୋଲି ଧମକ ଦେଉଛନ୍ତି : କଙ୍ଗନା

0 72

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିଯୋଗ କରି କହିଛନ୍ତି ଯେ ଶିବସେନା ସାଂସଦ ସଞ୍ଜୟ ରାଉତ ତାଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । ସଞ୍ଜୟ ତାଙ୍କ ଧମକ ଦେଇ କହିଛନ୍ତି ଯେ ଯଦି ମୁମ୍ବାଇ ପୋଲିସ ଉପରେ ତୁମର ବିଶ୍ୱାସ ନାହିଁ ତେବେ ମୁମ୍ବାଇ ଫେରନାହିଁ । ମୁମ୍ବାଇ ବର୍ତ୍ତମାନ ପାକ୍ ଅଧିକୃତ କାଶ୍ମୀର ଭଳି ମନେହେଉଛି ବୋଲି କଙ୍ଗନା କହିଛନ୍ତି । ଏହାପୂର୍ବରୁ ସଞ୍ଜୟ ଶିବସେନା ମୁଖ୍ୟ ସଞ୍ଜୟ ରାଉତ ଶିବସେନା ମୁଖପତ୍ର ‘ସାମାନା’ରେ କଙ୍ଗନାଙ୍କୁ ଗାଳିଗୁଲଜ କରି କହିଥିଲେ ଯେ ମୁମ୍ବାଇରେ ରହିବା ସତ୍ତେ୍ୱ ମୁମ୍ବାଇ ପୋଲିସକୁ ଆଙ୍ଗୁଳି ଉଠାଇବା ତାଙ୍କ ବାସ୍ତବିକ ଲଜ୍ଜାଜନକ ଓ ତାଙ୍କ ବିଶ୍ୱାସଘାତକତାର ପରିଚୟ ଦିଏ । ଆମେ ତାଙ୍କୁ ଦୟାକରି ମୁମ୍ବାଇ ନ ଆସିବା ପାଇଁ ଅନୁରୋଧ କରୁଛୁ । ଏହା ମୁମ୍ବାଇ ପୋଲିସ ପ୍ରତି ଅପମାନ ବ୍ୟତୀତ ଅନ୍ୟ କିଛି ନୁହେଁ । ଗୃହ ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ସୂଚନାଯୋଗ୍ୟ ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ତୀବ୍ର ସ୍ୱର ଉତ୍ତୋଳନ କରିଥିଲେ ଏବଂ ଅତୀତରେ ସେ ମୁମ୍ବାଇ ପୋଲିସର କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସୁଶାନ୍ତଙ୍କ ଦେହାନ୍ତର କିଛି ସମୟ ପରେ କଙ୍ଗନା ବଲିଉଡରେ ଆତ୍ମୀୟତା ଏବଂ ପକ୍ଷପାତିତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଗତ ସପ୍ତାହରେ ପୋଷ୍ଟ କରାଯାଇଥିବା ଏକ ଟୁଇଟ୍ରେ କଙ୍ଗନା ଅଭିଯୋଗ କରିଛନ୍ତି ଯେ ବି-ଟାଉନ ପାର୍ଟିରେ ଡ୍ରଗ୍ସ ଏକ ସାଧାରଣ ଘଟଣା । ସେ କହିଛନ୍ତି ଯଦି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଲିଉଡରେ ପ୍ରବେଶ କରେ, ତେବେ ଅନେକ ଏହି ତାଲିକାରେ ଆସିବେ । ଯଦି ରକ୍ତ ପରୀକ୍ଷା କରାଯାଏ ତେବେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇବ । ଆଶା ଭାରତ ମିଶନ ଅଧୀନରେ ଥିବା ଅଚଗଙଓଦ୍ଭୟସବ ବଲିଉଡ ନାମକ ଅଳିଆକୁ ସଫା କରିବା ।

Leave A Reply

Your email address will not be published.