ପୂର୍ବର ସବୁ ରେକର୍ଡ ଭାଙ୍ଗିଲା କରୋନା

0 71

ନୂଆଦିଲ୍ଲୀ : ସବୁ ରେକର୍ଡ ଭଙ୍ଗିଛି କରୋନା ୨୪ଘଣ୍ଟାରେ ପ୍ରଥମ କରି ଆକ୍ରାନ୍ତଙ୍କ ସଂଖ୍ୟା ୮୦,୦୦୦ ଟପିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ଭଳି ୧,୦୦୦ ପାର କରିଛି । ଆଜି ୨୪ଘଣ୍ଟାରେ ୮୩,୮୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪୩ଜଣଙ୍କର ମୃତ୍ୟୁ ଘଟିଛି । ସେପ୍ଟେମ୍ବର ୩ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୮, ୫୩,୪୦୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୯୭୦୪୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୬୭,୩୭୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୩,୮୮୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୫୫୩୮ରହିଛି । ସୂଚନା ମୁତାବକ, ଗତକାଲି ୮ଟା ସୁଦ୍ଧା ସମଗ୍ର ଦେଶରେ ୩୭, ୬୯,୫୨୩ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୨୯୦୧୯୦୮ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ । ବାକି ୬୬,୩୩୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୮,୩୫୭ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୧୨୮୨ରହିଥିଲା । ଏହା ସହ ୨୪ ଘଣ୍ଟାରେ ୧୦୪୫ଜଣ ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.