ଲଦାଖ ସ୍ଥିତିର ଫାଇଦା ନନେବା ପାଇଁ ପାକିସ୍ତାନକୁ ଭାରତର କଡ଼ା ଚେତାବନୀ

0 67

ନୂଆଦିଲ୍ଲୀ, ୪ ।୯: ଚୀନ୍ ସହ ଭାରତର ସୀମା ମଧ୍ୟରେ ଜେନେରାଲ୍ ବିପିନ ରାୱତ ଗୁରୁବାର ଦିନ ପାକିସ୍ତାନକୁ ଲଦାଖ ସ୍ଥିତିର ଫାଇଦା ନ ନେବାକୁ ଚେତାବନୀ ଦେଇଛନ୍ତି । ଜେନେରାଲ୍ ରାୱତ୍ କହିଛନ୍ତି ଯେ ଯଦି ପାକିସ୍ତାନ ଏହି ସ୍ଥତିର କୌଣସି ଫାଇଦା ନେବାକୁ ଚେଷ୍ଟାକରେ ତେବେ ବହୁ କ୍ଷତି ସହିପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇସାରିଛି । ଯଦି ଆମର ଉତ୍ତର ସୀମା ·ରିପାଖରେ କୌଣସି ବିପଦ ସୃଷ୍ଟି ହୁଏ, ତେବେ ପାକିସ୍ତାନ ଏହାର ଫାଇଦା ଉଠାଇ ଆମ ପାଇଁ କିଛି ଅସୁବିଧା ସୃଷ୍ଟି କରିପାରେ । ଭାରତର ସାମଗ୍ରିକ ସୁରକ୍ଷା ଉପରେ ଜେନେରାଲ ରାୱତ କହିଛନ୍ତି ଯେ ପରମାଣୁ ଠାରୁ ଉପ-ପରମ୍ପରାଗତ ପର୍ଯ୍ୟନ୍ତ ବିବାଦର ସମ୍ପୂର୍ଣ୍ଣ ବିସ୍ତାରକୁ ନେଇ ଭାରତ ସବୁଠାରୁ ଜଟିଳ ବିପଦ ଏବଂ ଆହ୍ୱାନର ସମ୍ମୁଖୀନ ହୋଇଛି । ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ର ଏକ ଇଣ୍ଟରାକ୍ଟିଭ୍ ଅଧିବେଶନରେ ସେ ଏହି ମନ୍ତବ୍ୟ ଦେଇ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଚୀନ୍ର ଆର୍ଥିକ ସହାୟତା ଏବଂ ଇସଲାମାବାଦକୁ ସାମଗ୍ରିକ ଅର୍ଥନୈତିକ ଏବଂ କୂଟନୈତିକ ସହାୟତା ବିଷୟରେ କହିଥିଲେ । ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି । ଚାଇନା ଆର୍ମିଙ୍କ ପଦକ୍ଷେପକୁ ରୋକିବା ପାଇଁ ଭାରତୀୟ ସେନା ଏକତ୍ରିତ ହୋଇଛନ୍ତି । ୧୯୬୨ ଯୁଦ୍ଧରେ ଭାରତଠାରୁ ଛଡ଼ାଇ ନିଆଯାଇଥିବା ଅନେକ ପର୍ବତ ଶିଖରକୁ ମଧ୍ୟ ଦଖଲ କରିବାରେ ଭାରତୀୟ ସେନା ସଫଳ ହୋଇଛନ୍ତି । ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଭାରତ ଅନେକ ରଣନୀତିକ ଉଚ୍ଚତା ହାସଲ କରିବା ସହ ଫିଙ୍ଗର ୨ ଏବଂ ଫିଙ୍ଗର-୩ ଅଞ୍ଚଳରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିଛି । ଭାରତର ଏହି ପଦକ୍ଷେପକୁ ଚୀନ୍ ଏବେ ତୀବ୍ର ବିରୋଧ କରିବା ଆରମ୍ଭ କରିଦେଇଥିବା ସେ କହିଛନ୍ତି । ଇତିମଧ୍ୟରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାନେ ଗୁରୁବାର ଲଦାଖ ଗସ୍ତରେ ଯାଇ ଏହି ଅଞ୍ଚଳରେ ·ଲିଥିବା ସୁରକ୍ଷା ସ୍ଥିତିକୁ ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.