ରିଆ ଚକ୍ରବର୍ତ୍ତୀ ଓ ସାମୁଏଲ୍ ମିରାଣ୍ଡାଙ୍କ ଘରେ ନାର୍କୋଟିମ୍ ଟିମର ଚଢ଼ାଉ

0 60

ନୂଆଦିଲ୍ଲୀ, ୪ ।୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଶୁକ୍ରବାର ସକାଳେ ଡ୍ରଗ୍ ଆଙ୍ଗଲ୍ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଏକ ୫ଜଣିଆ ଟିମ୍ ରିଆ ଚକ୍ରବର୍ତ୍ତୀଙ୍କ ବାସଭବନରେ ଚଢ଼ାଉ କରିଛନ୍ତି । ସୂଚନାନୁସାରେ ସୁଶାନ୍ତ ସିଂ ରାଜପୁତଙ୍କ ଘନିଷ୍ଠ ସହଯୋଗୀ ସାମୁଏଲ ମିରାଣ୍ଡାଙ୍କ ଘରେ ଏନସିବି ମଧ୍ୟ ସମାନ୍ତରାଳ ଭାବେ ଚଢ଼ାଉ କରିଛି । ସୂଚନାଥାଉକି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ·ଲିଛି । ଘନିଷ୍ଠ ସହଯୋଗୀ ତଥା ଡାକ୍ତରଙ୍କୁ ସିବିଆଇ ପଚରାଉଚରା ଚଳାଇଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବା ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସମାନ ଭାବରେ ଡ୍ରଗ୍ ଷଡଯନ୍ତ୍ର ଏବଂ ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ କରୁଛଛନ୍ତି ।

Leave A Reply

Your email address will not be published.