ହୋଣ୍ଡା ପକ୍ଷରୁ ନୂଆ ୪-ଷ୍ଟ୍ରୋକ୍ କଟରର ବଜାର ପ୍ରବେଶ

0 71

ଭାରତର ଅଗ୍ରଣୀ ପାୱାର ପ୍ରଡକ୍ଟ ନିର୍ମାତା ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ନୂଆ ୧.୩ ଏଚ୍ପି ବିଶିଷ୍ଟ ୪-ଷ୍ଟ୍ରୋକ୍ ବ୍ୟାକ୍ପ୍ୟାକ୍ ବ୍ରୁଶ୍ କଟରର ମଡେଲ-ୟୁଏମ୍ଆର୍-୪୩୫-ଟିର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ଅତୁଳନୀୟ ଫୁଏଲ୍ ଇଫିସିଏନ୍ସି ତଥା ପରିବେଶ ଉପଯୋଗୀ ଇଞ୍ଜିନ୍ ଏବଂ ଏର୍ଗୋନୋମିକ୍ ମେସିନ୍ଡି ଜାଇନିଂ ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିବ । ଏହାଦ୍ୱାରା କମ୍ପାନୀର ମାର୍କେଟ୍ ଶେୟାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଭାରତର ବିଭିନ୍ନ ଅଂଚଳରେ ଉପଲ୨ ହେବ । କମ୍ପାନୀ ବିଭିନ୍ନ ମଡେଲ ବର୍ଗର ୧ ଏଚ୍ପିରୁ ଆରମ୍ଭ କରି ୨ ଏଚ୍ପି ପର୍ଯ୍ୟନ୍ତ ବ୍ରୁଶ୍ କଟର ନିର୍ମାଣ କରିଥାଏ । ଏହି ଅବସରରେ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ର ସେଲସ୍ ଏବଂ ମାର୍କେଟିଙ୍ଗ୍ରି ଉପ ସଭାପତି ବିଜୟ ଉପ୍ରେତି କହିଲେ, କାମ କରିବା ପାଇଁ ମୁଲିଆଙ୍କ ଅଭାବ ତଥା ଚାଷ ଜମିର ଆକାର ଧୀରେଧୀରେ କମୁଥିବାରୁ ନିୟମିତ ଅନାବନା ଗଛ କାଟିବା ଏବଂ ଫସଲ ଅମଳରେ ସହଜ ପାଇଁ ଲୋକେ ସହଜ ପୋର୍ଟେବୁଲ୍ ସମାଧାନ ଉପରେ ନିର୍ଭର କରୁଛନ୍ତି । ସମ୍ପ୍ରତି ବହୁ ସଂଖ୍ୟକ ଗ୍ରାହକ ନିୟମିତ ଅନାବନା ଗଛ କାଟିବା, ଫସଲ ଅମଳ କରିବା ତଥା ରାସ୍ତାକଡ଼ରୁ ଅଦରକାରୀ ବୁଦା ହଟାଇବା ପାଇଁ ବ୍ରୁଶ୍ କଟରର ବ୍ୟବହାର କରୁଛନ୍ତି ।
ହୋଣ୍ଡାର ୪-ଷ୍ଟ୍ରୋକ୍ ଇଞ୍ଜିନ୍ ଜ୍ଞାନକୌଶଳ ବୈଶିଷ୍ଟ୍ୟଯୁକ୍ତ ବ୍ରୁଶ୍ କଟର ଏବେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଏହାର ସୁପରିୟର ପ୍ରଡକ୍ଟ କ୍ୱାଲିଟି ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିଛି । ଦେଶ ବ୍ୟାପୀ କମ୍ପାନୀର ୬୦୦ରୁ ଅଧିକ ସେଲସ୍ ଏବଂ ସର୍ଭିସ୍ ଡିଲରଶିପ୍ ଦ୍ୱାରା ଗ୍ରାହକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥାଏ ।

Leave A Reply

Your email address will not be published.