୫ ଭାରତୀୟଙ୍କୁ ଉଠାଇ ନେଲା ଚୀନ ସେନା !

0 67

ନୂଆଦିଲ୍ଲୀ, ୫ ।୯ : ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଛି । ଅନେକ ଥର ଆଲୋଚନା ସରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରି ନାହିଁ । ତେବେ ଏଭଳି ପରିସ୍ଥିତିରେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ୫ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି । ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍ ସେନା ସୀମାରୁ ୫ଜଣ ଭାରତୀୟଙ୍କୁ ଅପହରଣ କରିଛି । ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ୫ଜଣଙ୍କୁ ଅପହରଣ କରିଛି । କିଛି ମାସ ପୂର୍ବରୁ ଏଭଳି ଘଟଣା ଘଟିଥିଲା । ଚୀନ୍ର ଏଭଳି କାମ ପାଇଁ ତାକୁ ଉଚିô ଜବାବ ଦିଆଯିବା ଦରକାର ବୋଲି ଲେଖିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୟାଗ୍ କରିଛନ୍ତି ବିଧାୟକ ନିନୋଙ୍ଗ ଏରିଙ୍ଗ । ଏହା ସହ କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ତାଙ୍କ ଟ୍ୱିଟ୍ ସହିତ ଦୁଇଟି ସ୍କ୍ରିନସଟ୍ ସଂଲଗ୍ନ କରିଛନ୍ତି । ଏଥିରେ ୫ଜଣଙ୍କ ନାମ ଅନ୍ତର୍ଭୁକ୍ତ ଯେଉଁମାନେ ଅପହରଣ ହୋଇଥିବା ଦାବି କରାଯାଇଛି । ନିନୋଙ୍ଗ ଏରିଙ୍ଗ କହିଛନ୍ତି ଯେ, ସରକାର ଚୀନ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ଚୀନ୍ ବିସ୍ତାରବାଦ ନୀତିର ଅନୁସନ୍ଧାନ କରିବା ଉଚିତ୍ । ସୂଚନା ମୁତାବକ, ଜୁନ ୧୫ରେ ଗଲୱାନରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା । ବ୍ରିଗେଡ କମାଣ୍ଡରସ୍ତରୀୟ ଆଲୋଚନା କରି ଏହାର ସମାଧାନର ବାଟ ଖୋଜାଯାଉଥିବା ବେଳେ ଚୀନ ସେନା ଅଗଷ୍ଟ ୨୯-୩୦ରେ ପୁଣି ଥରେ ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା, ଯାହା ଦୁଇ ଦେଶର ସଂପର୍କକୁ ଆହୁରି ତିକ୍ତ କରିଥିଲା ।

Leave A Reply

Your email address will not be published.