ପ୍ରସିଦ୍ଧ ଲୋକଗୀତ ଗାୟକ ଦେଶରାଜ ପଟେରିଆଙ୍କ ପରଲୋକ

0 66

ବୁଦେଲେଖଣ୍ଡ, ୫ ।୯ : ବୁଦେଲଖଣ୍ଡର ପ୍ରସିଦ୍ଧ ଲୋକଗୀତ ଗାୟକ ଦେଶରାଜ ପଟେରିଆଙ୍କ ହୃଦଘାତରେ ପରଲୋକ ଘଟିଛି । ଶୁକ୍ରବାର ରାତି ପ୍ରାୟ ୩.୧୫ରେ ଛତପୁର ମିଶନ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କେବଳ ଛତପୁର ଜିଲ୍ଳା କି ବୁଦେଲଖଣ୍ଡର ଲୋକପ୍ରିୟ କଳାକାର ନ ଥିଲେ ବରଂ ଦେଶ ବିଦେଶରେ ତାଙ୍କର ପ୍ରସିଦ୍ଧି ଥିଲା ।ତାଙ୍କ ଅକାଳ ବିୟୋଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକ ବ୍ୟକ୍ତ କରିଛନ୍ତି । ସେ ଦେଶରାଜଙ୍କ ପରଲୋକକୁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି । ନିଜ ସ୍ୱରର ଯାଦୁରେ ସେ ବହୁ ଲୋକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଛନ୍ତି । ସେ ତାଙ୍କ ଗାୟନରେ ଶୃଙ୍ଗାର, ଭକ୍ତି ଓ ବୀର ରସର ଅଦ୍ଭୂତ ସମ୍ମେଳନ କରିବାରେ ମାହିର ଥିଲେ । ମୁକେଶ କୁମାରଙ୍କୁ ଆଦର୍ଶ ବୋଲି ମାନୁଥିବା ଦେଶରାଜଙ୍କ ବିୟୋଗ ପୂରା ମଧ୍ୟପ୍ରଦେଶ ପାଇଁ ହୋଇଛି ଅପୂରଣୀୟ କ୍ଷତି ।

Leave A Reply

Your email address will not be published.