ବଦ୍ରୀନାଥ ଧାମର ଉନ୍ନତି ପାଇଁ ଖର୍ଚ୍ଚହେବ ୪୨୪ କୋଟି

0 74

ଗୋପେଶ୍ୱର, ୫ ।୯ : ବଦଳିବ ବଦ୍ରୀନାଥ ଧାମର ରୂପରେଖ । ଏହାର ସୌନ୍ଦର୍ଯ୍ୟକରଣ ତଥା ସୁବିଧା ଦିଗରେ କାଯ୍ୟଁ ·ଲିଛି । ମନ୍ଦିର ସୁବିଧାକୁ ଅଧିକ ବଢ଼ାଇବା ପାଇଁ ୪୨୪ କୋଟି ଟଙ୍କାର ମାଷ୍ଟର ପ୍ଳାନ୍ ତିଆରି କରାଯାଇଛି । ଏହି ପ୍ଲାନ୍ ଅନୁଯାୟୀ ବଦ୍ରୀନାଥ ମନ୍ଦିର ·ରିପାଶ୍ୱର୍ ତଥା ଶ୍ରଦ୍ଧାଳୁଙ୍କ ଆଗମନ ସୁବିଧାର ସୁବନ୍ଦୋବସ୍ତ କରାଯିବ । ଏହା ସହ ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଚମୋଲି ଜିଲ୍ଳା ଅଧିକାରୀ ସ୍ୱାତି ଏସ୍ ଭଦୋରିଆ ମାଷ୍ଟର ପ୍ଳାନାନର ଅନ୍ତିମ ରୂପ ଦେବା ପାଇଁ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ବୈଠକରେ ବିଭିନ୍ନ ଦିଗ ବାବଦରେ ଆଲୋଚନା କରିବା ସହ ବ୍ରଦୀନାଥ ଧାମରେ ତିନି ପର୍ଯ୍ୟାୟରେ ବିକାଶ କାର୍ଯ୍ୟ କରାଯିବ ପ୍ରସ୍ତାବ ମିଳିଛି । ପ୍ରଥମ ପର୍ଯ୍ୟାୟରେ ନେତ୍ର ହ୍ରଦ ତଥା ବଦ୍ରୀଶ ହ୍ରଦର ସୌନ୍ଦର୍ଯ୍ୟକରଣ, ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ମନ୍ଦିର ଓ ତା’ ଆଖପାଖ ଇଲାକାର ସୌନ୍ଦର୍ଯ୍ୟକରଣ ଓ ଶେଷ ପର୍ଯ୍ୟାୟରେ ମନ୍ଦିରରୁ ଶେଷ ନେତ୍ର ହ୍ରଦକୁ ଯୋଡୁଥିବା ବାଟର ନିର୍ମାଣ କାର୍ଯ୍ୟର ପ୍ରସ୍ତାବିତ କରାଯାଇଛି । ମାଷ୍ଟର ପ୍ଲାନ ଜରିଆରେ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବାକୁ ଥିବା ସରକାର ଏବଂ ଘରୋଇ ଭୂମି, ଘର ଓ ମୂଲ୍ୟବାନ ସମ୍ପତିର ଆକଳନ କରାଯିବ ବୋଲି ଜିଲ୍ଳା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.