ଲକ୍ଡାଉନ୍ କିଛି ଫାଇଦା ଦେଇନି : ଚିଦାମ୍ବରମ୍

0 74

ନୂଆଦିଲ୍ଲୀ ୫ ।୯ : କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ଶନିବାର ଦିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାରତ ଏକ ମାତ୍ର ଦେଶ ଯେଉଁଠାରେ ଲକଡାଉନ ରଣନୀତିର କିଛି ଫାଇଦା ହୋଇନାହିଁ । ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ହୋଇପାରେ ବୋଲି ଅନୁମାନ କରିଛନ୍ତି । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪୦ ଲକ୍ଷ ପାର କରିବା ପରେ ଚିଦାମ୍ବରମ ସରକାରଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା କରୋନା ଭାଇରସରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୩୧ ଲକ୍ଷ ୭ ହଜାର ୨୨୭ ହୋଇଛି । ଚିଦାମ୍ବରମ କହିଛନ୍ତି ଯେ, ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ପାର କରିପାରେ ବୋଲି ସେ ଅନୁମାନ କରିଥିଲେ । କିନ୍ତୁ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଭାରତ ୫୫ ଲକ୍ଷ ପାର କରିଦେବ । ସେପ୍ଟେମ୍ବର ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷରେ ପହଞ୍ଚିବ । ଭାରତ ଏକ ମାତ୍ର ଦେଶ ଯେଉଁଠାରେ ଲକଡାଉନର କୌଣସି ଲାଭ ମିଳିନି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ଚିଦାମ୍ବରମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନରେ କରୋନାକୁ ହରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଭାରତ କାହିଁକି ଅସଫଳ ହେଲା ତାହା ତାଙ୍କୁ କହିବା ଉଚିତ । କିନ୍ତୁ ଅନ୍ୟ ଦେଶଗୁଡିକ ଲକଡାଉନ ଲାଗୁ କରି ସଫଳ ହୋଇଥିବା ଜଣାପଡୁଛି ।

Leave A Reply

Your email address will not be published.