ଋଷ ଭ୍ୟାକସିନର ହ୍ୟୁମାନ ଟ୍ରାଏଲ୍ ଦେଲା ଭଲ ରେଜଲ୍ଟ

0 76

ଋଷ, ୫ ।୯ : ଋଷ ଗତ ମାସରେ ସର୍ବପ୍ରଥମେ କରୋନା ଟିକା ଆଣିଥିବା ଦାବି କରିଥିଲା । ଏହି ରୁଷୀୟ ଭ୍ୟାକସିନ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆମେରିକା ତଥା ଦୁନିଆର ତମାମ ବଡ଼ ବଡ଼ ଏକ୍ସପର୍ଟ ଆରମ୍ଭରୁ ଏହାକୁ ଭରସା କରିପାରି ନ ଥିଲେ । ଏବେ ଏକ ନୂତନ ଅଧ୍ୟୟନରେ ଋଷର ଏହି ଟିକାକୁ ଏକଦମ ସୁରକ୍ଷିତ ଓ ପ୍ରଭାବି ବୋଲି କୁହାଯାଇଛି । ଦି ଲାନସିଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ନନ୍- ରେଡମାଇଜଡ୍ ଭ୍ୟାକସିନ ଟ୍ରାଏଲରେ ଏହାର ଭଲ ପରିଣାମ ମିଳିଛି । ଟିକାର ଦୁଇଟି ଫର୍ମୁଲେସନକୁ ୭୬ ଲୋକଙ୍କ ଉପରେ ଟ୍ରାଏଲ କରାଯିବା ପରେ ୪୨ ଦିନରେ ଏହାର ସେଫ୍ଟି ପ୍ରୋଫାଇଲ ବିଷୟରେ ସୂଚନା ମିଳିଛି । ଏହା ସହ ୨୧ ଦିନ ମଧ୍ୟରେ ସବୁ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆଣ୍ଟିବଡ଼ିରେ ଭଲ ରେସପନ୍ସ ମିଳିଛି । ଗବେଷକମାନେ ଦାବି କରିଛନ୍ତି ୨୮ ଦିନରେ ଭ୍ୟାକସିନ ଶରୀରରେ ଟି-ସେଲ ମଧ୍ୟ ଜେନେରେଟ୍ କରୁଛି । ଯାହା ଶରୀରରେ ଭାଇରସ ସହ ଲଢ଼ିବାରେ ବଳ ଦିଏ । ଏହି ଭ୍ୟାକସିନ ହାତର ମାଂସପେଶୀ ଜରିଆରେ ଶରୀରରେ ଦିଆଯାଏ । ଏହା ପରେ ଇମ୍ୟୁନ ସିଷ୍ୟମ ଊପରେ ଟିକାର ପ୍ରଭାବ ଦେଖିବାକୁ ମିଳିଛି । ଆଣ୍ଟିବଡ଼ି ଓ ଟି-ସେଲ ଜେନେରେଟ୍ ହେବା ପରେ ଶରୀରରେ ବ୍ୟାପିଥିବା ଭାଇରସ ଓ ସାର୍ସ-କୋଭ୍-୨ର ଇନଫେକଟେଡ୍ ସେଲସ ଉପରେ ଏହାର ନଜର ରହିଛି । ଭ୍ୟାକସିନ ନେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ପ୍ରଥମେ ୨୮ ଦିନ ହସ୍ପିଟାଲରେ ରଖାଯାଇ ଥିଲା । ଟିକା ନେବା ପରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇଥିଲା । ଏହା ସହ ହାଇପରଥିମିଆ, ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହି ଲକ୍ଷଣ ସାଧାରଣ ଟିକା ନେଲେ ବି ଦେଖାଯାଏ ବୋଲି ଗବେଷକମାନେ କହିଛନ୍ତି ।

Leave A Reply

Your email address will not be published.