୨୪ ଘଣ୍ଟାରେ ୮୬,୪୩୨ ଜଣ ନୂତନ କରୋନା ରୋଗୀ ଚିହ୍ନଟ

0 71

୧,୦୮୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ



ନୂଆଦିଲ୍ଲୀ ୫ ।୯ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡସ୍ତର ଛୁଇଁଛି । ଶନିବାର ଦିନ ଦେଶରେ ୮୬,୪୩୨ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସାରା ବିଶ୍ୱରେ କରୋନା ସଂଖ୍ୟା ଓ ସଂକ୍ରମିତଙ୍କ ଉପରେ ସର୍ବେକ୍ଷଣ କରୁଥିବା ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଆମେରିକା ଏବଂ ବ୍ରାଜିଲ ପରେ ସଂକ୍ରମଣ ଏବଂ ମୃତ୍ୟୁ ଦୃଷ୍ଟିରୁ ଭାରତ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧,୦୮୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୯,୫୬୧ କୁ ବୃଦ୍ଧି ପାଇଛି । ଦେଶରେ ସଂକ୍ରମଣ ମାମଲା ୪୦,୨୩,୧୭୯କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୮,୪୬,୩୯୫ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ୩୧,୦୭,୨୨୩ ଲୋକ ଚିକିତ୍ସା ପରେ ଏହି ରୋଗରୁ ମୁକ୍ତି ପାଇଛନ୍ତି ।

Leave A Reply

Your email address will not be published.