0 70

କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା

ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ପାର

ଭୁବନେଶ୍ୱର :  କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଖୋର୍ଦ୍ଧାରେ ୨୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୮୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୨୦ ହଜାର ୬୧୮କୁ ବୃଦ୍ଧି ପାଇଛି  । ଗଞ୍ଜାମକୁ ଟପି ଖୋର୍ଦ୍ଧା ଜିଲ୍ଲା ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ନମ୍ବର ୱାନ୍ ହୋଇଛି । ଗତ ୫ ଦିନର ହିସାବ ଦେଖିଲେ  ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାରୁ ସାଢେ ୬ ଶହରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସୁଛି । ତେବେ ଏହି ହାରରେ ଯଦି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ସେପ୍ଟେମ୍ବର ଶେଷ ସପ୍ତାହ ବେଳକୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଛୁଇଁବା ଅନୁମାନ କରାଯାଉଛି ।  ସବୁଠାରୁ ବେସି ଚିନ୍ତା ବଢାଇଛି  ସ୍ଥାନୀୟ ସଂକ୍ରମଣ । ତେବେ ଗଞ୍ଜାମ ଜିଲ୍ଲାରେ  ଗତ ସପ୍ତାହେ ହେଲା ଖେ।ର୍ଦ୍ଧା ତୁଳନାରେ ସଂକ୍ରମଣ କମିକମି ଯାଉଛି । ତେବେ ଗଞ୍ଜାମରେ ସରକାର ନେଇଥିବା  ସଫଳ କେ।ଭିଡ଼୍ ମ୍ୟାନେଜମେଣ୍ଟ ଫର୍ମୁଲା ଭୁବନେଶ୍ବର ଓ ଖେ।ର୍ଦ୍ଧାରେ ଲାଗୁ କରାଯାଇଥିଲେ ସଂକ୍ରମଣ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ସେହିପରି ଗତକାଲି ଭୁବନେଶ୍ବରରୁ ୪୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬୭ ଲୋକାଲ କେସ୍ ରହିଛି ।

Leave A Reply

Your email address will not be published.