ଯୁଦ୍ଧ ହେଲେ ଭାରତ ଜିତିବାର ସୁଯୋଗ ନାହିଁ: ଚୀନ

0 71

ବେଜିଂ : ଲଦାଖ ସୀମା ବିବାଦରେ ଚୀନ ନିଜର ଦୋମୁହାଁ ନୀତିରୁ ନିବୃତ ହେଉ ନାହିଁ । ଗୋଟିଏ ପଟେ ଚୀନ ସରକାର ଲୋକ ଦେଖାଣିଆ ଶାନ୍ତି ·ହୁଁଥିବା କହୁଥିବା ବେଳେ ଅନ୍ୟପଟେ ତାରି ସରକାରୀ ମିଡିଆ ଯୁଦ୍ଧକୁ ନେଇ ଉସୁକାଇବା ପରି ବୟାନ ଦେବାକୁ ପଛକୁ ହଟୁ ନାହାନ୍ତି । ଶନିବାର ଚୀନ ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ ଭାରତକୁ ଖୋଲାଖୋଲି ଧମକ ଦେଇ କହିଛି ସୀମାରେ ଯୁଦ୍ଧ କଲେ ଭାରତ ପାଖରେ ଜିତିବାର କୌଣସି ସୁଯୋଗ ନାହିଁ । ଗ୍ଲୋବାଲ ଟାଇମ୍ସ ଶନିବାର ସଂପାଦକୀୟରେ କହିଛି ଆମେ ଭାରତୀୟ ପକ୍ଷଙ୍କୁ ମନେ ପକାଇ ଦେବାକୁ ·ହୁଁ ଯେ ଚୀନର ରାଷ୍ଟ୍ରୀୟ ଶକ୍ତି ଭାରତ ତୂଳନାରେ ଅଧିକ ମଜବୁତ ରହିଛି । ମାତ୍ର ଚୀନ ଓ ଭାରତ ଦୁଇ ମହାଶକ୍ତି । କିନ୍ତୁ ଯେବେ ଯୁଦ୍ଧ କ୍ଷମତା ଉପରେ ନଜର କରାଯିବ ତେବେ ଭାରତୀୟ ପକ୍ଷ ପରାଜିତ ହେବା ନିଶ୍ଚିତ । ଯଦି ଏକ ସୀମା ଯୁଦ୍ଧ ଆରମ୍ଭ ହୁଏ ତେବେ ଭାରତ ପାଖରେ ଜିତିବାର କୌଣସି ସୁଯୋଗ ନାହିଁ । ଚୀନ ମିଡିଆ ଶାନ୍ତିର ଆଳାପ କରି କହିଛି ଆମେ ଆଶା ରଖିଛୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଦୁଇ ଦେଶର ନେତାଙ୍କ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇବ ଏବଂ ଏହା ବିବାଦର ସମାଧାନରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ଉଲ୍ଲେଖନୀୟ ମସ୍କୋରେ ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବାକୁ ପହଞ୍ଚିଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବାକୁ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଅନେକ ଥର ଅନୁରୋଧ କରିଥିଲେ । ଯାହା ପରେ ଭାରତ ସ୍ପଷ୍ଟ ଶବ୍ଦରେ ସୀମାରେ ଉସୁକାଇବା ପରି କାର୍ଯ୍ୟ ନରକିବାକୁ ଚୀନକୁ କହିଛି । ଗ୍ଲୋବାଲ ଟାଇମ୍ସ ଚୀନ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରବାଦକୁ ଦାୟୀ କରିଛି । ଭାରତୀୟ ଜନତା ବହୁତ ଗଭୀରତାର ସହ ଏବଂ ବ୍ୟାପକ ରୂପେ ସୀମା ପ୍ରସଙ୍ଗରେ ସାମିଲ ହେଉଥିବାରୁ ଭାରତ ସରକାର ଏଲଏସିରେ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛନ୍ତି । ଭାରତୀୟ ସୈନିକଙ୍କୁ ସ୍ପଷ୍ଟ ଭାବେ ଘରୋଇ ରାଷ୍ଟ୍ରବାଦ ଦ୍ାରା ଅପହରଣ କରାଯାଇଛି ।

Leave A Reply

Your email address will not be published.