ନୂତନ ଶିକ୍ଷା ନୀତିରେ ସରକାରଙ୍କ ହସ୍ତକ୍ଷେପ କମ ହେବା ଦରକାର: ପ୍ରଧାନମନ୍ତ୍ରୀ

0 69

ନୂଆଦିଲ୍ଲୀ: ସୋମବାର ନୂତନ ଶିକ୍ଷା ନୀତି ଉପରେ ଅନୁଷ୍ଠିତ ରାଜ୍ୟପାଳଙ୍କ ସମ୍ମିଳନୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । କିଛିଦିନ ତଳେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଶିକ୍ଷା ନୀତି ଉପରେ ଏବେ ବି ଆଲୋଚନା ଜାରି ରହିଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶର ଲକ୍ଷ କେବଳ ନୂତନ ଶିକ୍ଷା ନୀତି ଏବଂ ବ୍ୟବସ୍ଥା ମାଧ୍ୟମରେ ପୂରଣ ହୋଇପାରିବ । ଶିକ୍ଷା ନୀତିରେ ସରକାରଙ୍କ ହସ୍ତକ୍ଷେପ ହ୍ରାସ କରାଯିବା ଉଚିତ । ନୂତନ ଶିକ୍ଷା ନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସମେତ ଏହି ନୀତି ପ୍ରସ୍ତୁତ କରିବାରେ ଲକ୍ଷ ଲକ୍ଷ ଲୋକଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ଆଜି ସମସ୍ତଙ୍କୁ ଏହି ନୀତି ନିଜର ଲାଗୁଛି । ଏଥିରେ ଲୋକମାନେ ଦେଖିବାକୁ ·ହୁଁଥିବା ପରାମର୍ଶଗୁଡିକ ଦୃଶ୍ୟମାନ ହେଉଛି । ବର୍ତ୍ତମାନ ଦେଶରେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା ·ଲିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବିଶ୍ୱରେ ·କିରି ଉପରେ ଆଲୋଚନା ହେଉଛି । ଏଭଳି ପରିସ୍ଥିତିରେ ନୂତନ ଶିକ୍ଷା ନୀତି ଛାତ୍ର-ଛାତ୍ରୀଙ୍କ ଜ୍ଞାନ ଏବଂ ଦକ୍ଷତା ବଢ଼ାଇବ । ଏହି ନୀତି ନୂଆ ଭାରତ ଏବଂ ଆତ୍ମର୍ନିଭରଶୀଳ ଭାରତର ମିଶନକୁ ପୂରଣ କରିବ । ଦୀର୍ଘଦିନ ଧରି ବ୍ୟାଗ ଏବଂ ବୋର୍ଡ ପରୀକ୍ଷାର ·ପରେ ପିଲାମାନେ ରହୁଥିଲେ, ଯାହାକୁ ବର୍ତ୍ତମାନ ନୂତନ ଶୀକ୍ଷା ନୀତିରେ ହ୍ରାସ କରାଯାଇଛି ।

Leave A Reply

Your email address will not be published.