ହାଇପରସୋନିକ କ୍ଷେପଣାସ୍ତ୍ର କ୍ଲବରେ ସାମିଲ ହେଲା ଭାରତ

0 83

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ଓଡିଶାର ବାଲେଶ୍ୱରର ହ୍ୱିଲର ଦ୍ୱୀପରୁ ହାଇପରସୋନିକ ଟେକ୍ନୋଲୋଜି ହ୍ିକିଲ୍ର ସଫଳ ପରୀକ୍ଷଣ କରିଛି । ହାଇପରସୋନିକ କ୍ଷେପଣାସ୍ତ୍ର ଶବ୍ଦର ଗତିଠୁ ଛଅ ଗୁଣ ଅଧିକ ବେଗରେ ଗତି କରିଥାଏ । ଅର୍ଥାତ ଶତ୍ରୁ ଦେଶର ଏୟାର ଡିଫେନ୍ସ ସିଷ୍ଟମ ଏହାର ଗତିବିଧିକୁ ମଧ୍ୟ ଧରି ପାରିବ ନାହିଁ । ସିଧା ଅର୍ଥରେ କହିବାକୁ ଗଲେ ଭାରତ ପାଖରେ ଏବେ ବିନା ବିଦେଶୀ ସାହାଯ୍ୟରେ ହାଇପରସୋନିକ କ୍ଷେପଣାସ୍ତ୍ର ବିକଶିତ କରିବାର କ୍ଷମତା ରହିଛି । ଭାରତ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବଡ ସଫଳତା ହାସଲ କରିଛି । ଆମେରିକା, ରୁଷ ଓ ଚୀନ ପରେ ଭାରତ ଚତୁର୍ଥ ଦେଶରେ ପରିଣତ ହୋଇଛି, ଯିଏ ନିଜର ହାଇପରସୋନିକ ଟେକ୍ନୋଲୋଜି ବିକଶିତ କରିଛି ଏବଂ ଏହାର ସଫଳତାପୂର୍ବକ ପରୀକ୍ଷଣ ମଧ୍ୟ କରିଛି । ସୂଚନା ଅନୁଯାୟୀ ଡିଆରଡିଓ ଆଗାମୀ ୫ ବର୍ଷରେ ସ୍କ୍ରେମଜେଟ୍ ଇଞ୍ଜିନ ସହିତ ହାଇପରସୋନିକ କ୍ଷେପଣାସ୍ତ୍ର ର୍ନିମାଣ କରି ପାରିବ । ଏହାର ବେଗ ସେକେଣ୍ଡ ପ୍ରତି ଦୁଇ କିଲୋମିଟରରୁ ଅଧିକ ହେବ । ସବୁଠୁ ବଡ କଥା ଏଥିରେ ଅନ୍ତରୀକ୍ଷକୁ ଅଳ୍ପ ବଜେଟ୍ରେ ଉପଗ୍ରହକୁ ଉତ୍ଷେପଣ କରାଯାଇ ପାରିବ ।

Leave A Reply

Your email address will not be published.