ଚୀନର ଅଭିଯୋଗକୁ ଭାରତର ଖଣ୍ଡନ

0 76

ଏଲ୍ଏସି ଅତିିକ୍ରମ କରିନି ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍ଏସି)କୁ ଅତିକ୍ରମ କରି ଗୁଳି ଚଳାଇଛି ବୋଲି ଚୀନର ଅଭିଯୋଗକୁ ଖଣ୍ଡନ କରିଛି ଭାରତ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର (ସେପ୍ଟେମ୍ବର ୮) ଚୀନ୍ର ଅଭିଯୋଗକୁ ଖଣ୍ଡନ କରାଯାଇଥିବା ସୂଚନା ରହିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁୁହାଯାଇଛି ଯେ ଚୀନ ସୀମାରେ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛି । ଭାରତୀୟ ସେନା ଆଦୌ ସୀମା ଅତିିକ୍ରମ କରିନାହିଁ । ଗୁଳି ଚଳାଇନି କିମ୍ବା କେଣସି ପ୍ରକାରର ଉତ୍ତେଜନାମୂଳକ ଆଚରଣ ଦେଖାଇନି । ବିବୃତ୍ତିରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ ଚୀନ ସାମରିକ, କୂଟନେତିକ ଓ ରାଜନେତିକ ସ୍ତରରେ ସକ୍ରିୟ ରହି ଖୋଲାଖୋଲି ଭାବେ ଚୁକ୍ତି ଉଲ୍ଲଂଘନ କରିବା ସହ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଛି । ଗତକାଲି ରାତିରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍ଏସି)ଠାରେ ଭାରତ ନୁହେଁ ବରଂ ଚୀନ ସେନାର ଯବାନମାନେ କିଛି ରାଉଣ୍ଡ ଗୁଳି ଚଳାଇଥିଲେ । ଭାରତର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ବିବୃତ୍ତିରେ ଆହୁରି ମଧ୍ୟ କହିଛନ୍ତି କି ଭାରତୀୟ ସେନା ଶାନ୍ତି ଏବଂ ଶାନ୍ତି ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ, କୌଣସି ବି ମୂଲ୍ୟରେ ଭାରତ ତା’ର ଅଖଣ୍ଡତା ସାର୍ବଭୌମତ୍ୱକୁ ରକ୍ଷା କରିବ । ଏହାପୂର୍ବରୁ ଚୀନ୍ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର କର୍ଣ୍ଣେଲ ଜହାଙ୍ଗ ଶିଆଲି ଦାବି କରିଥିଲେ ଯେ ଭାରତୀୟ ସେନା ଉତ୍ତେଜନାମୂଳକ କାର୍ଯ୍ୟ କରୁଥିବାବେଳେ ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ କୂଳ ନିକଟ ଶେନପାଓ ପର୍ବତରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଅତିକ୍ରମ କରିଛି । ସେ ଆହୁରି ବି କହିଥିଲେ ଯେ ଅପରେସନ ସମୟରେ ଭାରତୀୟ ସେନା ଗୁଳି ଚଳାଇ ତାଙ୍କ ସେନିକମାନଙ୍କକୁ ଧମକ ମଧ୍ୟ ଦେଇଥିଲା ।

Leave A Reply

Your email address will not be published.