କଙ୍ଗନାଙ୍କୁ କାହିଁକି ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ : ମହୁଆ ମୈତ୍ର

0 67

କୋଲକାତା : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ମିଳିତ ସରକାର ବିରୋଧରେ ଟୁଇଟ୍ କରି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ୱାଇ+ ସୁରକ୍ଷା ଯୋଗାଇଦେବାକୁ କେନ୍ଦ୍ରର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ମୈତ୍ର କହିଛନ୍ତି କି ଯେତେବେଳେ ଭାରତରେ ୧ଲକ୍ଷ ଜନସଂଖ୍ୟାରେ ୧୩୮ ପୋଲିସ ନିୟୋଜିତ ରହିଛନ୍ତି ସେପରିସ୍ଥଳେ କଙ୍ଗନାଙ୍କୁ କାହିଁକି ସୁରକ୍ଷା ଦିଆଯିବ? ସୋମବାର ଗୃହ ବିଭାଗ ମନ୍ତ୍ରଣାଳୟ କହିଛି ଯେ କଙ୍ଗନାକୁ ୱାଇ+ ସୁରକ୍ଷା ଯୋଗାଇ ଦିଆଯିବ ଏବଂ ୧୧ ଜଣ ପୋଲିସ୍ ଟିମ୍ ତାଙ୍କ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବେ । କେନ୍ଦ୍ରର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.