ନିଶା କାରବାର ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଗିରଫ

0 82

ମୁମ୍ବାଇ : ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ପ୍ରାୟ ଦୁଇଦିନ ଧରି ଜେରା ପରେ ତାଙ୍କୁ ଏନସିବି ପକ୍ଷରୁ ଏନଡିପିଏପ୍ ଆଇନ ଅନୁସାରେ ଗିରଫ କରିଥିବା ଜଣାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଓ ଅଧିକ ତଦନ୍ତ ନିମନ୍ତେ ତାଙ୍କୁ ହାଜତକୁ ନେବା ପାଇଁ ଏନସିବି ପକ୍ଷରୁ ଆବେଦନ କରାଯିବ । ହାଜତକୁ ନିଆଯିବା ପରେ ତାଙ୍କୁ ପୂର୍ବରୁ ଗିରଫ ତାଙ୍କ ଭାଇ ସୌଭିକ, ସାମୁଏଲ ମିରାଣ୍ଡା ଓ ଦିବେଶ ସାୱନ୍ତଙ୍କ ସହ ଏକାଠି ବସାଇ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି । କେତେକ ଜାତୀୟସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିଶାକାରବାର ଓ ସେବନ ମାମଲାରେ ରିୟାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଏନସିବି ହାତରେ ଲାଗିଛି ।

Leave A Reply

Your email address will not be published.