ଡ୍ରଗ୍ସ ଲିଙ୍କରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ସଞ୍ଜନା ଗଲରାନୀ ଗିରଫ

0 89

ନୂଆଦିଲ୍ଲୀ : କନ୍ନଡ ଚଳଚ୍ଚିତ୍ର ଶିଳ୍ପରେ ଡ୍ରଗ୍ ଅପବ୍ୟବହାର ମାମଲାର ତଦନ୍ତ କରୁଥିବା ସେଣ୍ଟ୍ରାଲ୍ କ୍ରାଇମ୍ ଶାଖା ମଙ୍ଗଳବାର ଦିନ ବାଙ୍ଗାଲୋରରୁ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କୁ ଗିରଫ କରିଛି । ପୂର୍ବରୁ ସହରର ବଡ଼ ପାର୍ଟିରେ ଲୋକଙ୍କୁ ନିଶା ଔଷଧ ଯୋଗାଇବା ପାଇଁ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ କରାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ସକାଳେ ଇନ୍ଦିରାନଗରସ୍ଥିତ ତାଙ୍କ ବାସଭବନରେ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ଦ୍ୱାରା ଚଢାଉ ପରେ ସଞ୍ଜନାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ନିଆଯାଇଛି । ବାଙ୍ଗାଲୁରୁ ପୋଲିସ ଯୁଗ୍ମ କମିଶନର ସନ୍ଦୀପ ପାଟିଲ କହିଛନ୍ତି ଯେ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ପାଇବା ପରେ ସଞ୍ଜନାଙ୍କ ଘରେ ଚଢାଉ କରାଯାଇଛି । ସେଣ୍ଟ୍ରାଲ୍ କ୍ରାଇମ୍ ଶାଖା ଅନୁଯାୟୀ, ତାଙ୍କ ବନ୍ଧୁ ରାହୁଲଙ୍କ ଉପରେ ଡ୍ରଗ୍ସ ମାମଲା ରୁଜୁ ହେବା ପରଠାରୁ ସଞ୍ଜନାଙ୍କ ଉପରେ ପୋଲିସ ନଜର ରଖିଥିଲା । ଡ୍ରଗ୍ସ ମାମଲାରେ ପୋଲିସ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଛଅ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.