ସେତୁରୁ ହାଇୱା ଖସି ଦୁଇ ନିଖୋଜ

0 78

ଝାରସୁଗୁଡ଼ା : ଇବ୍ ନଦୀର ରମ୍ପେଲା ସେତୁରୁ ହାଇୱ୍ା ଖସିପଡ଼ିବାରୁ ୨ ଜଣ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି । ହାଇୱ୍ାର ·ଳକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ । ଉଦ୍ଧାର ହୋଇଥିବା ହାଇୱା ·ଳକଙ୍କ ନାମ ଆଦିତ୍ୟ ସାହୁ । ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ପଂ·ୟତର ବରକାନୀ ଗାଁର ତିନି ଜଣ ଯୁବକ ଜିତେନ୍ଦ୍ର ପ୍ରଧାନ, ଅରବିନ୍ଦ ସାହୁ ଓରଫ ପପୁ ଓ ଆଦିତ୍ୟ ସାହୁ (·ଳକ) ଆଜି ଅପରାହ୍ନ ପ୍ରାୟ ୧ଟାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ହାଇୱା (ଓଡ଼ି ୨୩କେ ୧୫୪୭) ନେଇ ଇବ୍ ଥର୍ମାଲ ଆଡ଼କୁ ଯାଉଥିଲେ । ଯିବା ରାସ୍ତାରେ ଇବ୍ ସେତୁ ଉପରେ ଡାହାଡ଼ ପାଶ୍ୱର୍କୁ ହାଇୱା ଖସିପଡ଼ିଥିଲା । ତେବେ ଇବ୍ ନଦୀରେ ଗଭୀର ପାଣି ଥିବାରୁ ହାଇୱାଟି ସଂପୂର୍ଣ୍ଣ ରୂପେ ବୁଡ଼ିଯାଇଛି । ସୂଚନା ପାଇଁ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବନହରପାଲି ଆଇଆଇସି ପ୍ରଶାନ୍ତ ମେହେର ଓ ଅଗ୍ନିଶମ ବିଭାଗର କର୍ମ·ରୀମାନେ ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ·ଳାଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଦୁଇ ଜଣ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ନିଖୋଜ ଅଛନ୍ତି । ଇବ୍ ନଦୀ ଉପରେ ନିର୍ମିତ ବ୍ରିଜ୍ ଉପରେ ଶତାଧିକ ଲୋକଙ୍କର ଭିଡ଼ ରହିଛି । ଉଦ୍ଧାର ହୋଇଥିବା ହାଇୱା ·ଳକ ଆଦିତ୍ୟ ସାହୁଙ୍କୁ ପ୍ରଥମେ ଟାଟା ରିଫ୍ୟକ୍ଟ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡ଼ା ସ୍ଥାନାନ୍ତର କରାଯାଇଥିବା ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.