୨୪ ଘଣ୍ଟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯, ୭୦୬ ଓ ମୃତ୍ୟୁସଂଖ୍ୟା ୧,୧୧୫

0 59

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୩, ୭୦, ୧୨୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୩,୯୮,୮୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୭୩, ୮୯୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୯, ୭୦୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮, ୯୭, ୩୯୪ ରହିଛି । ୨୪ ଘଣ୍ଟାରେ ୧,୧୧୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୫୦ ଜଣ, ଆନ୍ଧ୍ରପ୍ରଦେଶରେ ୪୫୬୦ ଜଣ, ଅରୁଣାଚଳ ପ୍ରଦେଶରେ ୯ ଜଣ, ଆସାମରେ ୩୭୮ ଜଣ, ବିହାରରେ ୭୬୫ ଜଣ, ଚଣ୍ଡିଗଡ଼ରେ ୭୮ ଜଣ, ଛତିଶଗଡ଼ରେ ୪୦୭ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୬୧୮ ଜଣ, ଗୋଆରେ ୨୫୬ ଜଣ, ଗୁଜରାଟରେ ୩୧୩୩ ଜଣ, ହରିୟାଣାରେ ୮୫୪ ଜଣ, ହିମାଚଳ ପ୍ରଦେଶରେ ୬୦ ଜଣ, ଜମ୍ମୁ ଓ କଶ୍ମୀରରେ ୮୧୫ ଜଣ, ଝାଡ଼ଖଣ୍ଡରେ ୪୯୬ ଜଣ, କର୍ଣ୍ଣାଟକରେ ୬୬୮୦ ଜଣ, କେରଳରେ ୩୭୨ ଜଣ, ଲଦାଖରେ ୩୫ ଜଣ, ମଧ୍ୟପ୍ରଦେଶରେ ୧୬୦୯ ଜଣ, ମହାରାଷ୍ଟ୍ରରେ ୨୭୪୦୭ ଜଣ, ମଣିପୁରରେ ୩୯ ଜଣ, ମେଘାଳୟରେ ୧୭ ଜଣ, ନାଗାଲାଣ୍ଡ୍ରେ ୧୦ ଜଣ, ଓଡ଼ିଶାରେ ୫୬୯ ଜଣ, ପୁଦ୍ଦୁଚେରୀରେ ୩୩୭ ଜଣ, ପଞ୍ଜାବରେ ୧୯୯୦ ଜଣ, ରାଜସ୍ଥାନରେ ୧୧୬୪ ଜଣ, ସିକିମରେ ୭ ଜଣ, ତାମିଲନାଡୁରେ ୮୦୧୨ ଜଣ, ତେଲେଙ୍ଗାନାରେ ୯୧୬ ଜଣ, ତ୍ରିପୁରାରେ ୧୬୧ ଜଣ, ଉତ୍ତରାଖଣ୍ଡରେ ୩୬୦ ଜଣ, ଉତ୍ତରପ୍ରଦେଶରେ ୪୦୪୭ ଜଣ ଏବଂ ପଶ୍ଚମବଙ୍ଗରେ ୧୬୦୦୨୫ ଜଣ ।

Leave A Reply

Your email address will not be published.