କଙ୍ଗନାଙ୍କ ମାଣିକର୍ଣ୍ଣିକା ଫିଲ୍ମ ଅଫିସର କିଛି ଅଂଶ ଭାଙ୍ଗିଲା ବିଏମସି

0 57

ବିଏମସି ଅଧିକାରୀଙ୍କୁ ବାବର ସେନା ବୋଲି କହିଲେ କଙ୍ଗନା

ମୁମ୍ବାଇ : ବଲିଉଡ ଅଭିନେତା କଙ୍ଗନା ରାନାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ·ଲିଥିବା ତିକ୍ତତା ଧିରେ ଧିରେ ଅଧିକ ଘନୀଭୂତ ହେବାରେ ଲାଗିଛି । ବୁଧବାର ବ୍ରିହାନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଅଧିକାରୀମରାନ ମୁମ୍ବାଇର ପୋଷ ପାଲି ହିଲ ଅଞ୍ଚଳରେ ଥିବା କଙ୍ଗନାଙ୍କ ମାଣିକର୍ଣ୍ଣିକା ଫିଲ୍ମ ଅଫିସ୍ର କିଛି ଅଂଶକୁ ବେଆଇନ ଦର୍ଶାଇ ଭାଙ୍ଗିଦେଇଛି । ବିଏମସିର ଏହି ପଦକ୍ଷେପ ଉପରେ କଙ୍ଗନା ମନ୍ତବ୍ୟ ଦେଇ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟାଳୟକୁ ରାମ ମନ୍ଦିର ବୋଲି ବିବେଚନା କରିଥାନ୍ତି ଏବଂ ଏହାକୁ ଭାଙ୍ଗୁଥିବା ଲୋକେ ବାବର୍ଙ୍କ ସହ ତୁଳନା କରିଛନ୍ତି । ବିଏମସି ଅଧିକାରୀଙ୍କୁ ବାବର ସେନା ସହିତ ତୁଳନା କରି କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ ଇତିହାସ ପୁନରାବୃତ୍ତି ହେବ ଏବଂ ସେ ତାଙ୍କ ‘ରାମ ମନ୍ଦିର’ର ପୁନଃ ନିର୍ମାଣ କରିବେ । ସେ ମୁମ୍ବାଇକୁ ପାକିସ୍ତାନ ସହ ତୁଳନା କରି କହିଛନ୍ତି ଯେ ସେ କେବେ ଭୁଲ ନୁହଁନ୍ତି ଏବଂ ତାଙ୍କ ଶତ୍ରୁମାନେ ଏହାକୁ ବାରମ୍ବାର ପ୍ରମାଣ କରି ଦେଖାଇ ଦେଉଛନ୍ତି ।

Leave A Reply

Your email address will not be published.