ତେଜପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢ଼ିପାରନ୍ତି ଐଶ୍ୱର୍ଯ୍ୟା

0 66

ପାଟନା : ବିହାରରେ ବିଧାନସଭା ର୍ନିବାଚନ ଶୀଘ୍ର ପାଖେଇ ଆସୁଥିବାରୁ ଆଶା କରାଯାଉଛି ଯେ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ଠାରୁ ଅଲଗା ହୋଇଯାଇଥିବା ପତ୍ନୀ ଐଶ୍ୱର୍ଯ୍ୟା ରାୟ ଆଗାମୀ ନିର୍ବାଚନରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ­ିତା କରିପାରନ୍ତି । ନିକଟରେ ଐଶ୍ୱର୍ଯ୍ୟାଙ୍କ ପିତା ଚନ୍ଦ୍ରିକା ରାୟ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ଝିଅ ତେଜ ପ୍ରତାପଙ୍କ ବିରୋଧରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱ­ିତା କରିପାରନ୍ତି । ଆରଜେଡି ଟିକେଟ୍ ଉପରେ ଗତ ବିଧାନସଭା ନିର୍ବାଚନରେ ଜିତିଥିବା ଚନ୍ଦ୍ରିକା ରାୟ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ନେବା ନିଜସ୍ୱ ଏବଂ ସେ ତାଙ୍କୁ ସର୍ବଦା ସମର୍ଥନ କରିବେ । ରାୟ ଉଲ୍ଲେଖ କରିଛନ୍ତି ଯେ ସେ ଐଶ୍ୱର୍ଯ୍ୟାଙ୍କୁ ନିର୍ବାଚନରେ ପ୍ରତିଦ୍ୱ­ନ୍ଦ୍ୱିତା କରିବାକୁ ସେ ରୋକିବେ ନାହିଁ । ସେ କେଉଁ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେବେ ତାହା ତାଙ୍କ ନିଜସ୍ୱ । ସୂଚନାନୁଯାୟୀ ଐଶ୍ୱର୍ଯ୍ୟା ଖୁବ୍ ଶୀଘ୍ର ଗଣମାଧ୍ୟମକୁ ଏହା ଉପରେ ସୂଚନା ଦେବେ । ଐଶ୍ୱର୍ଯ୍ୟା ୨୦୧୮ରେ ତେଜ ପ୍ରତାପଙ୍କୁ ବିବାହ କରିଥିଲେ କିନ୍ତୁ ଲାଲୁଙ୍କ ବଡ ପୁଅ ୫ମାସ ପରେ ଛାଡପତ୍ର ଆବେଦନ କରିଥିଲେ । ସେବେଠାରୁ ପରିବାର ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡିଥିଲାୟ ଦୁଇ ପରିବାର ମଧ୍ୟରେ ହୋଇଥିବା ବିବାଦ ଚନ୍ଦ୍ରିକା ରାୟଙ୍କୁ ଆରଜେଡି ଛାଡି ବିହାର ସିଏମ ନୀତୀଶ କୁମାରଙ୍କ ଜନତାଦଳ ୟୁନାଇଟେଡ (ଜେଡିୟୁ) ରେ ଯୋଗଦେବାକୁ ବାଧ୍ୟ କରିଥିଲା । ସେପଟେ, ଚର୍ଚ୍ଚା ଜୋର ଧରିଛି ଯେ ବର୍ତ୍ତମାନ ମହୁଆ ଆସନରୁ ଜଣେ ବିଧାୟକ ଥିବା ତେଜ ପ୍ରତାପ ଆସନ୍ତା ନିର୍ବାଚନରେ ନିଜ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.