ରାଫେଲର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗ ଦେବେ ଫ୍ଲୋରେନ୍ସ୍ ପାର୍ଲି

0 68

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପ୍ରଥମ ବ୍ୟାଚ୍ ରାଫେଲ୍ ଲଢୁଆ ଜେଟ୍ର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗ ଦେବା ନିମନ୍ତେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍ ପାର୍ଲି ସେପ୍ଟେମ୍ବର ୧୦ ତାରିଖ ଦିନ ସରକାରୀ ଗସ୍ତରେ ଭାରତ ଆସିବେ । ଗସ୍ତ ସମୟରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ମିଳିତ ସମରାଭ୍ୟାସ ଭଳି ପ୍ରମୁଖ କ୍ଷେତ୍ରରେ ମଧ୍ୟ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି କରାଇବେ । ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ଏହା ହେଉଛି ପାର୍ଲିଙ୍କ ତୃତୀୟ ଭାରତ ଗସ୍ତ । ଏହାଛଡ଼ା କୋଭିଡ୍-୧୯ ମହାମାରୀ ବ୍ୟାପିବା ପରେ ଏହା ହେଉଛି ତାଙ୍କର ପ୍ରଥମ ବିଦେଶ ଗସ୍ତ । ବୁଧବାର ଦିନ ଫରାସୀ ଦୂତାବାସ ଜାରି କରିଥିବା ବିବୃତି ଅନୁସାରେ, ପାର୍ଲିଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତ ସହ ଫ୍ରାନ୍ସ ପ୍ରଗତିଶୀଳ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା । ଭାରତ ହେଉଛି ଫ୍ରାନ୍ସର ପ୍ରଥମ ଶ୍ରେଣୀୟ ଏସୀୟ ସାମରିକ ଅଂଶୀଦାର । ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହ ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ଙ୍କୁ ମଧ୍ୟ ସାକ୍ଷାତ୍ କରିବେ । ଏକ ଭିଡିଓ ବାର୍ତ୍ତା ଟୁଇଟ୍ କରି ଫ୍ରାନ୍ସ୍ ରାଷ୍ଟ୍ରଦୂତ ଇମ୍ମାନୁଏଲ୍ ଲେନଏନ୍ ତାଙ୍କ ଗସ୍ତକୁ ଦ୍ୱିପାକ୍ଷିକ ସମ୍ପର୍କର ପରବର୍ତ୍ତୀ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି । ଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପାର୍ଲି ସହିଦ ଭାରତୀୟ ଯବାନଙ୍କ ପ୍ରତି କୁସୁମାଞ୍ଜଳି ପ୍ରଦାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.