ଲଙ୍କାଗଡ଼ ଜଙ୍ଗଲରେ ମାଓବାଦୀ-ସିଆର୍‌ପିଏଫ୍ ଗୁଳିବିନମୟ: ୪ ନକ୍ସଲ ନିହତ

0 75

କଳାହାଣ୍ଡି : କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଲଙ୍କାଗଡ଼ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓବାଦୀ-ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଗୁଳିବିନମୟରେ ୪ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବିକ, କଳାହାଣ୍ଡି- କନ୍ଧମାଳ ସୀମାନ୍ତ ଲଙ୍କାଗଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା । ନିକଟରେ କିଛି ମାଓବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିନ୍ତୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଜବାବ୍‌ ଦିଆଯାଇଥିଲା । ଯାହାପରେ ଆତଙ୍କବାଦୀ-ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ଚାଳନା ଜାରି ରହିଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.