ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

0 72

ଢେଙ୍କାନାଳ ୯.୯ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ଅନ୍ତର୍ଗତ ବାଲିକିଆରୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ମୃତ ଯୁବକ ଜଣଙ୍କ ନାଆଁ ସଂଜୟ ରାଉତ ବୋଲି ଜଣାପଡିଥିବା ବେଳେ ଗତକାଲି ରାତିରେ ସଂଜୟ ଧାନ ଫସଲ ଜଗିବା ପାଇଁ ଗ୍ରାମର ଅନ୍ୟମାନଙ୍କ ସହିତ ବିଲକୁ ଯାଇଥିଲେ । ମାତ୍ର ଏହି ସମୟରେ ଏକ ୨୨ଟିକିଆ ହାତୀପଲ ଆସି ଯିବାରୁ ସଂଜୟଙ୍କ ସହିତ ଯାଇଥିବା ଅନ୍ୟ ବିଲ ଜଗୁଆଳୀମାନେ ଭୟରେ ଦୌଡି ପଳାଇ ଯାଇଥିବା ବେଳେ ସଂଜୟ ହାତୀପଲଙ୍କ ହାବୁଡରେ ପଡିଯାଇଥିଲା । ହାତୀ ଆକ୍ରମଣରେ ଗୁରୁତର ସଂଜୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ହିନ୍ଦୋଳ ବନାଂଚଳରେ ବାରମ୍ବାର ହାତୀ ଆକ୍ରମଣରେ ଜନସାଧାରଣଙ୍କ ଜୀବନ ହାନୀ ଘଟୁଥିବା ବେଳେ ବିଭିନ୍ନ କାରଣ ଯୋଗୁ ମଧ୍ୟ ହାତୀମୃତ୍ୟୁ ଘଟୁଥିବାର ମଧ୍ୟ ନଜିର ରହିଛି । ବାରମ୍ବାର ଏହି ବନାଂଚଳରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ଜନସାଧାରଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି । ଏବେ ଧାନଫସଲର ଉତ୍ପାଦନର ସମୟ ହୋଇ ଆସୁଥିବାରୁ ହାତୀ ଉପଦ୍ରବ ଏହି ଅଂଚଳରେ ବୃଦ୍ଧି ପାଇବାରେ ଲାଗିଛି । ତୂରନ୍ତ ବନବିଭାଗ ଏଥିପ୍ରତି ସଜାଗ ହେବା ସହ ହାତୀମାନଙ୍କ କବଳରୁ ଧନଜୀବନ ସୁରକ୍ଷା କରିବା ପାଇଁ ସାଧାରଣରେ ଦୃଢଦାବୀ ହୋଇଛି ।

Leave A Reply

Your email address will not be published.