ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଡୋନାଲ୍ଡ ଟ୍ରମ୍ପ ମନୋନୀତ

0 62

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବାର୍ତ୍ତା କରାଇଥିବା ଯୋଗୁଁ ଡୋନାଲ୍ଡ ଟ୍ରମ୍ପଙ୍କୁ ମନୋନୀତ କରାଯାଇଛି । ଆମେରିକା ଗଣମାଧ୍ୟମ ଅନୁଯାୟୀ, ନରୱେ ସଂସଦର କ୍ରିଷ୍ଟିୟାନ ତାଇବ୍ରିଙ୍ଗଙ୍କ ପକ୍ଷରୁ ଟ୍ରମ୍ପଙ୍କୁ ଏହି ଆୱାର୍ଡ ପାଇଁ ମନୋନୀତ କରାଯାଇଛି । କୁହାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପ ଦୁନିଆରେ ଶାନ୍ତି ସ୍ଥାପନା ପାଇଁ ଯଥା ସମ୍ଭବ ପ୍ରୟାସ କରିଛନ୍ତି । ଫକ୍ସ ନ୍ୟୁଜ୍ ଅନୁଯାୟୀ, ଟାଇବ୍ରିଙ୍ଗ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଜାରି ଦୀର୍ଘ ସମୟର ଶତ୍ରୁତା ସମାପ୍ତ କରିବାରେ ଗୁରୁôପୂର୍ଣ୍ଣ ଭୂମିକା ନିଭାଇଛନ୍ତି ଯାହା କୌଣସି ପ୍ରକାରର ଶାନ୍ତି ପୁରସ୍କାର ପାଇଁ ପର୍ଯ୍ୟାପ୍ତ । କ୍ରିଷ୍ଟିୟାନ ତାଇବ୍ରିଙ୍ଗ ନରୱେ ସଂସଦରେ ·ରି ଥର ସଦସ୍ୟ ରହିଛନ୍ତି ଏବଂ ସେ ନାଟୋ ସଂସଦୀୟ ଆସମ୍ବ୍ଲିର ମଧ୍ୟ ସଦସ୍ୟ । ତାଇବ୍ରିଙ୍ଗ ଏହା ମଧ୍ୟ କହିଛନ୍ତି ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀରକୁ ନେଇ ଜାରି ବିବାଦର ସମାଧାନ ପାଇଁ ଉଦ୍ୟମ କରିଛନ୍ତି । ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଶତ୍ରୁତା ସମାପ୍ତ କରିବା ଏବଂ ଉତ୍ତର କୋରିଆ ଦ୍ୱ୍ାରା ପରମାଣୁ ଯୁଦ୍ଧାସ୍ତ୍ର ପ୍ରସଙ୍ଗକୁ ସମାଧାନ କରିବା ଦିଗରେ ମଧ୍ୟ ଟ୍ରମ୍ପ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏମିତି ସମୟରେ ଟ୍ରମ୍ପ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହେବା ର୍ନିବାଚନରେ ତାଙ୍କୁ ଫାଇଦା ଦେଇପାରେ । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ବରାକ ଓବାମାଙ୍କୁ ମଧ୍ୟ ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.