ଗଞ୍ଜେଇ ବୋଝେଇ ପିକପ ଜବତ ସହ ଜଣେ ଗିରଫ

ମାଲକାନଗିରି : ଓର୍କେଲ ଥାନା ଅଧିନସ୍ଥ କୁଡୁମୁଲୁଗୁମ୍ମା ଫାଣ୍ଡି ପାଖ ରାସ୍ତା ରେ ଏକ କଦଳୀ ବୋଝେଇ ପିକପ୍ ଭେନ୍ ଯାଉଥିବାର ଦେଖି ହଟାତ୍ ସନ୍ଧେହ ହେବାରୁ ଫାଣ୍ଡି ଅଧିକାରୀ ଗିରିଶ୍ ଚନ୍ଦ୍ର ମହାରଣା ,ତୁରନ୍ତ କୁ,ଗୁମ୍ମା ଫାଣ୍ଡି ର ଏକ ଟିମ୍ ଉକ୍ତ ଗାଡି କୁ ଗୋଡ଼ାଇ ନନ୍ଦିନୀଗୁଡା ନିକଟରେ ଅଟକାଇ ଡ୍ରାଇଭର ସହ ଗାଡି କୁ ଜବତ କରାଯାଇ।ଗାଡିକୁ ତନାଘନା କରିବା ପରେ ଗାଡିଟିର ଉପରଭାଗରେ କଦଳୀ କାନ୍ଦୀ ଲଦା ହୋଇଥିବା ବେଳେ ମଝୀରେ ଗୁଡ଼ାଏ ପ୍ୟାକେଟ‌ କରାଯାଇ ଗଞ୍ଜେଇ ଲୋଡ୍ ହୋଇଥିଲା।ଗାଡିଟିର ରେଜିଷ୍ଟ୍ରେସନ ନଂOD 30 B5785ହୋଇଥିବା ବେଳେ ଡ୍ରାଇଭର ଶ୍ରୀ ଅମିତ ନମୋ ପିତା -ପରିମଲ ନମୋ ଗ୍ରାମMV.38 ବୋଲି ଜଣାପଡିଛି। ଡ୍ରାଇଭର ର ସୂଚନା ଅନୁଯାୟୀ ପାଖାପାଖି ତିନି କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଚିତ୍ରକୋଣ୍ଡା ଘାଟି ଅଞ୍ଚଳ ରୁ ଉମରକୋଟ ଅଞ୍ଚଳରେ ବିକ୍ରି କରିବାକୁ ନିଆଯାଉଥିବା ସୂଚନା ମିଳିଛି। ପ୍ୟାକେଟ ଗୁଡିକ ଏପରିଭାବରେ ସିଲ୍ କରାଯାଇଛି ସେଥିମଧ୍ୟରୁ ଗଞ୍ଜେଇ ବାସ୍ନା ମଧ୍ୟ ମିଳୁନାହିଁ ବର୍ତ୍ତମାନ ପରିସ୍ଥିତି ରେ ଗଞ୍ଜେଇ ମାଫିଆ ମାନଙ୍କ କବଳରୁ ଏହି ଜିଲ୍ଲା କୁ ଉଧାର କରିବା ପାଇଁ ସମୁଦାୟ ପୋଲିସ ବିଭାଗ ସଂକଳ୍ପ ବବ୍ଦ ବୋଲି କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ଗିରିଶ୍ ଚନ୍ଦ୍ର ମହାରଣା ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ତିନି ଦିନ ତଳେ ମାଥିଲି ଥାନା ଅନ୍ତର୍ଗତ ଚାଉଳ ମେନ୍ଦୀ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ପୋଲିସ ଓ ଗଞ୍ଜେଇ ମାଫିଆ ଙ୍କ ମଧ୍ୟରେ ଭୟାବହ ଲଡେଇ ହୋଇଥିଲା ଓ ବନବାସୀ ମହାରଣା ନାମକ ଏକ ବାଲିମେଳା ଥାନା ରେ କାର୍ଯ୍ୟରତ ଜଣେ ହୋମ୍ ଗାଡ୍ ସହିଦ୍ ହୋଇଥିଲେ। କରୋନା କଟକଣା ଭିତରେ ମାଲକାନଗିରି ଜିଲ୍ଲା ରେ ଗଞ୍ଜେଇ ମାଫିଆ ମାନେ ଦିନ କୁ ଦିନ ଅନେକ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ରୁ ପୁଲିସ୍ ଅନେକ ଅସୁବିଧା ର ସମୁଖୀନ ହେଉଥିବା ଦୃଷ୍ଟି ଗୋଚର ହେଉଛି।

Leave a Reply

Your email address will not be published. Required fields are marked *