କରୋନା ବେଗରେ ବ୍ରେକ୍ ଲାଗୁନି

0 66

ଗୋଟିଏ ଦିନରେ ୯୫ହଜାର ୭୩୫ ଆକ୍ରାନ୍ତ, ୧୧୭୩ ମୃତ

ନୂଆଦିଲ୍ଲୀ, ୧୦ ।୯: କରୋନା ବେଗରେ ବ୍ରେକ୍ ଲାଗୁନି । ୨୪ ଘଣ୍ଟାରେ ସବୁ ରେକର୍ଡ ଭାଙ୍ଗିଛି । ଅର୍ଥାତ ଗୋଟିଏ ଦିନରେ ୯୫ ହଜାର ୭୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । ଏହା ସହ ୨୪ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୭୩କୁ ବୃଦ୍ଧି ପାଇଛି । ସେପ୍ଟେମ୍ବର ୧୦ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୪, ୬୫,୮୬୬୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୪,୭୧,୭୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୭୫, ୦୬୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୯୫,୭୩୫ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୯୦୧୮ ରହିଛି । ୨୪ ଘଣ୍ଟାରେ ୧,୧୭୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମ ରହିଥିଲେ ମଧ୍ୟ ଆଜି ୯୫,୦୦୦ପାର କରିଛି କରୋନା । ଗତକାଲି ସମଗ୍ର ଦେଶରେ ୪୩, ୭୦, ୧୨୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୩୩,୯୮,୮୪୪ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ । ବାକି ୭୩, ୮୯୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.