ଭୟଙ୍କର ଅଗ୍ନିକାଣ୍ଡ, ୧୩ ହଜାର ଶରଣାର୍ଥୀ ବେସାହାରା

0 65

ଗ୍ରୀସ : ଗ୍ରୀସର ଲେସୱାସ ଦ୍ୱୀପରେ ଥିବା ପ୍ରବାସୀ ଶିବିରରେ ନିଆଁ ଲାଗିଛି । ଗତ ମଙ୍ଗଳବାର ଲେସୱାଶ ମୋରିଆ କ୍ୟାମ୍ପରେ ନିଆଁ ଲାଗିଥିଲା, ଯେଉଁଥିରେ କ୍ୟାମ୍ପର ବଡ଼ ଅଂଶ ନଷ୍ଟ ହୋଇଯାଇଛି । ଏହା ପରେ ଗତକାଲି ଆଉ ଥରେ ନିଆଁ ଲାଗିବାରୁ ଯାହା ବାକି ଥିଲା ସେ ସବୁ ମଧ୍ୟ ନଷ୍ଟ ହୋଇଯାଇଛି । ଅଳ୍ପକେ ବର୍ତିଥିବା ଟେଣ୍ଟ ମଧ୍ୟ ଏବେ ପୂରା ଜଳିଯାଇଛି । ଗ୍ରୀସ ଅଧିକାରୀଙ୍କ ଅନୁସାରେ ଏହି ଶିବିରରେ ୧୩ ହଜାର ପ୍ରବାସି ରହୁଥିଲେ । ଏବେ ସେମାନଙ୍କୁ ଅସ୍ଥାୟୀ ରୂପେ ଏକ ଜାହାଜରେ ରଖାଯାଉଛି । ଏହା ବାଦ ଲେସୱାଶରୁ ପ୍ରବାସୀଙ୍କର ୪୦୦ ପିଲାଙ୍କୁ ଗ୍ରୀସ ଅଣାଯାଇଛି । ମନ୍ତ୍ରୀ ନର୍ଟିସ ମିତାରାଚୀ କହିଛନ୍ତି ସରକାର ମୋରିଆ କ୍ୟାମ୍ପ ନିକଟସ୍ଥ ପ୍ରବାସୀଙ୍କ ପାଇଁ ଜରୁରୀକାଳୀନ ବ୍ୟବସ୍ଥା କରୁଛନ୍ତି । ହେଇପାରେ ଦୁଇ ହଜାର ପ୍ରବାସୀଙ୍କ ରହିବା ବ୍ୟବସ୍ଥା କରିବା ମଧ୍ୟ କଷ୍ଟକର । ନିଆଁ ଯୋଗୁ କୌଣସି କ୍ଷତି ହୋଇଥିବା ସୂଚନା ମିଳି ନାହିଁ ଓ କିଛି ଲୋକ ସୁରକ୍ଷିତ ସ୍ଥାନକୁ ଫେରିବାକୁ ଚେଷ୍ଟା ଚଳାଇଛନ୍ତି । ଜୋରରେ ପବନ ବହିବା ଯୋଗୁ ନିଆଁ ·ରିଆଡ଼େ ଲାଗିଥିଲା । ନିଆଁ ଲିଭାଇବା ପାଇଁ ୨୦ ଜଣ କର୍ମୀ ଓ ୧୦ ଗାଡ଼ି ସମେତ ଗୋଟିଏ ହେଲିକେପ୍ଟର ପଠାଯାଇଥିଲା । ନିଆଁ ଲିଭାଇବାକୁ କିଛି ପ୍ରବାସୀ ବିରୋଧ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.