ଭାରତରେ କରୋନାଭାଇରସ୍ ଟିକା ପରୀକ୍ଷା ବନ୍ଦ କଲା ସିରମ୍ ଇନଷ୍ଟିଚ୍ୟୁଟ୍

0 75

ନୂଆଦିଲ୍ଲୀ, ୧୦ ।୯: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରୋନାଭାଇରସ୍ ଟିକା ପରୀକ୍ଷା କରାଉଥିବା “ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ ଏହି ଟିକାର ନେଦାନିକ ପରୀକ୍ଷା ସ୍ଥଗିତ ରଖିଛିଫ “ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ଙ୍କ ଠାରୁ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ଦେଶରେ କରୋନାଭାଇରସ୍ ଟିକା ପରୀକ୍ଷା ବନ୍ଦ ରହିବ ବୋଲି “ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଏକ ବିବୃତିରେ ଉଲ୍ଲେଖ କରିଛି । “ଡାଇରେକ୍ଟର୍ ଜେନେରାଲ୍ ଅଫ୍ ହେଲ୍ଥ୍ ସର୍ଭିସେସ୍’ ମଧ୍ୟ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ, ଅନ୍ୟ ଦେଶମାନଙ୍କରେ ଆଷ୍ଟ୍ରାଜେନିକା ଚଳାଇଥିବା ନେଦାନିକ ପରୀକ୍ଷା ବନ୍ଦ ରଖିଥିବା କଥା ପୁଣେସ୍ଥିତ “ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଏ ପର୍ଯ୍ୟନ୍ତ “ସେଣ୍ଟ୍ରାଲ୍ ଲାଇସିନ୍ସିଙ୍ଗ୍ ଅଥରିଟି’କୁ ଅବଗତ କରାଇନାହିଁ । ଏହାଛଡ଼ା, ନିରାପତ୍ତା ଦିଗରୁ ଦେଶରେ କରାଯାଉଥିବା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନେଦାନିକ ପରୀକ୍ଷାରେ ଦେଖା ଦେଇଥିବା ପ୍ରତିକୂଳ ପ୍ରତିକ୍ରିୟାର ବିଶ୍ଳେଷଣ ରିପୋର୍ଟ ମଧ୍ୟ ଦାଖଲ କରିନାହିଁ । ମଙ୍ଗଳବାର ଦିନ ଆଷ୍ଟ୍ରାଜେନିକା କହିଥିଲା ଯେ, ଟିକା ପରୀକ୍ଷା ବନ୍ଦ ରଖି ଏହାର ନିରାପତ୍ତା ତଥ୍ୟାବଳୀ ସମୀକ୍ଷା କରିବାକୁ ଏକ ସ୍ୱାଧୀନ କମିଟିକୁ ଅନୁମତି ଦେଇଛୁ । ଇଂଲଣ୍ଡରେ କରାଯାଇଥିବା ନୈଦାନିକ ପରୀକ୍ଷାରେ ପ୍ରତିକୂଳ ଫଳାଫଳ ଜଣାପଡ଼ିବା ପରେ ବୁଧବାର ଦିନ “ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ସିଇଓ ଅଦର ପୂନାୱାଲା କହିଥିଲେ ଯେ, ଭାରତରେ କରାଯାଇଥିବା ପରୀକ୍ଷାରେ କୌଣସି ଅପ୍ରୀତିକର ରିପୋର୍ଟ ହସ୍ତଗତ ହୋଇନାହିଁ । କିନ୍ତୁ ଇଂଲଣ୍ଡରେ ଆଷ୍ଟ୍ରାଜେନିକା କୋଭିଡ୍-୧୯ ଟିକା ପରୀକ୍ଷା ସ୍ଥଗିତ ରଖାଯିବା ପରେ ଡ୍ରଗ୍ କଣ୍ଟ୍ରୋଲର୍ ଟିକା ପ୍ରସ୍ତୁତକର୍ତ୍ତା “ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏଠାରେ ସୂ·ଇ ଦିଆଯାଇ ପାରେ ଯେ, କରୋନାଭାଇରସ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷା କରାଇବାକୁ “ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ “ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଅନୁମତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.