ବଲିଉଡକୁ ଚାଲିଛି ଶନିଦଶା!

0 77

‘ସାଜିଦ୍ ମୋତେ ଅଶାଳୀନ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ’

ମୁମ୍ବାଇ: ବଲିଉଡକୁ ଚାଲିଛି ଶନିଦଶା । ନିକଟରେ ବଲିଉଡ୍ରେ ବହୁ ଘଟଣା ଦୁର୍ଘଟଣା ଘଟିଥିବା ଆପଣମାନେ ଜାଣିଥିବେ ନିଶ୍ଚିତ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ବଲିଉଡ ଦୁଇଫାଳ ହୋଇଥିବା ବେଳେ ବଲିଉଡରୁ ଦିନକୁ ଦିନ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି । ନିକଟରେ କଙ୍ଗନା ରାଣାୱତ ଅନେକ ତାରକା ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ କରିଥିବାବେଳେ ବର୍ତ୍ତମାନ ଜଣେ ମଡେଲ ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ଅସଦାଚରଣର ଅଭିଯୋଗ ଲଗାଇଛନ୍ତି । ମଡେଲଙ୍କ ଅନୁଯାୟୀ ସାଜିଦ ତାଙ୍କୁ ନିଜ ସିନେମାରେ କାମ ଦେବା ପାଇଁ ଆପତ୍ତିଜନକ କାମ କରିବାକୁ କହିଥିଲେ । ନିଜ ଇନଷ୍ଟା ପୋଷ୍ଟରେ ମଡେଲଜଣଙ୍କ ଲେଖିଛନ୍ତି ଯେ, ବଲିଉଡରେ ମୋର କେହି ଗଡଫାଦର ନଥିଲେ ଏବଂ ମୋତେ ପରିବାର ଚଳାଇବା ପାଇଁ ରୋଜଗାର କରିବାକୁ ପଡୁଥିଲା । ଯାହାର ଫାଇଦା ଲୋକମାନେ ଉଠାଇଥିଲେ । ବର୍ତ୍ତମାନ ମୁଁ ସାଜିଦଙ୍କ ବିରୋଧରେ କହିବାକୁ ସାହସ କରୁଛି, କାରଣ ଏବେ ମୋ ସହ ମୋର ମାତା-ପିତା ରହୁନାହାନ୍ତି । ମୋତେ ୧୭ବର୍ଷ ହୋଇଥିବା ବେଳେ ସେ ମୋ ସହ ଅସଦାଚରଣ କରିଥିଲେ । ସେ ମୋ ସହିତ ଅଶ୍ଲୀଳ କଥା ହେବା ସହ ମୋତେ ଅଶାଳୀନ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ । ଏହା ପରେ ସେ ଫିଲ୍ମରେ କାମ ଦେବା ପାଇଁ ମୋତେ ପୋଷାକ ଖୋଲିବାକୁ କହିଥିଲେ ବୋଲି ଲେଖିଛନ୍ତି ପୀଡ଼ିତା । ଏଭଳି କାମ ପାଇଁ ସାଜିଦଙ୍କୁ ଜେଲ ପଠାଇଦେବା ଦରକାର ବୋଲି ଶେଷରେ ନିଜ ପୋଷ୍ଟରେ ପୀଡ଼ିତା ଲେଖିଥିବା ଦେଖାଯାଇଛି ।

Leave A Reply

Your email address will not be published.