ଅଯୋଧ୍ୟାରେ ଉଦ୍ଧବଙ୍କୁ ପୂରାଇ ନଦେବାକୁ ସାଧୁସନ୍ଥଙ୍କ ଚେତାବନୀ

0 63

ଅଯୋଧ୍ୟା,: ମହାରାଷ୍ଟ୍ରରେ କଙ୍ଗନା ରାଣାୱାତଙ୍କ ସହ ହୋଇଥିବା ବ୍ୟବହାରକୁ ନେଇ ଅଯୋଧ୍ୟାର ସାଧୁସନ୍ଥ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ର ସାଧୁମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଏତିକି ନୂହଁ ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟାରେ ପୂରାଇ ଦିଆଯିବ ନାହିଁ ବୋଲି ମଧ୍ୟ ସାଧୁସନ୍ଥମାନେ ଚେତାବନୀ ଦେଇଛନ୍ତି । ବିଏମ୍ସି ଦ୍ୱାରା ଭଙ୍ଗା ଯାଇଥିବା କଙ୍ଗନାଙ୍କ ଅଫିସକୁ ନେଇ ହନୁମାନ ଗଢୀ ମନ୍ଦିରର ପୁରୋହିତ ମହନ୍ତ ରାଜୁ ଦାସ ବିଏମସି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଅଯୋଧ୍ୟାରେ ଉଦ୍ଧବ ଠାକରେ ଏବଂ ଶିବସେନାଙ୍କୁ ସ୍ୱାଗତ କରାଯିବ ନାହିଁ । ବର୍ତ୍ତମାନ ଯଦି ସେ ଏଠାକୁ ଆସନ୍ତି ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଅଯୋଧ୍ୟା ସାଧୁମାନଙ୍କ କଠୋର ବିରୋଧର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ ସିଧା ସିଧା ଚେତାବନୀ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ର ସରକାର ସମୟ ନ ଦେଇ ଜଣେ ଅଭିନେତ୍ରୀଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । କିନ୍ତୁ ପାଲଘରରେ ଦୁଇ ସାଧୁଙ୍କ ହତ୍ୟାକାରୀଙ୍କ ବିରୋଧରେ ଉକ୍ତ ସରକାର ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଭିଏଚପି ଆଞ୍ଚଳିକ ମୁଖପାତ୍ର ଶରଦ ଶର୍ମା କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ଶିବସେନା ଅଭିନେତ୍ରୀଙ୍କୁ ଜାଣିଶୁଣି ଟାର୍ଗେଟ କରୁଛନ୍ତି କାରଣ ସେ ଜାତୀୟତାବାଦୀ ଶକ୍ତିଙ୍କୁ ସମର୍ଥନ କରୁଛନ୍ତି ଏବଂ ସେ ମୁମ୍ବାଇର ଡ୍ରଗ୍ ମାଫିଆ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

Leave A Reply

Your email address will not be published.