ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ସହାୟତା ଘୋଷଣା

0 63

ଭୁବନେଶ୍ୱର : ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ୩୩%ରୁ କମ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଏକର ପିଛା ୬,୮୦୦ ଟଙ୍କା । ଅଣସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୬ ହଜାର ୮୦୦ ଟଙ୍କା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ବନ୍ୟା ପ୍ୟାକେଜ ଘୋଷଣା କରିଛନ୍ତି। ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ୩୦୦ କୋଟି ଟଙ୍କାର ବନ୍ୟା କ୍ଷତି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତମାସ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ଏହି ସହାୟତ ରାଶି ଘୋଷଣା ହୋଇଛି। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ମିଳିବ। ବାରମାସୀ ଫସଲ ପାଇଁ ଏକର ପ୍ରତି ୧୮ ହଜାର ଟଙ୍କା ମିଳିବ। ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ମିଳିବ। ୫୦ ପ୍ରତିଶତ ସବସିଡିରେ ୨୦୦୦ ପାଣି ପମ୍ପ ସେଟ ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ମିଳିବ। ସବୁଦିନିଆ ଫସଲ ଜମି ପାଇଁ ମିଳିବ ହେକ୍ଟର ପିଛା ୧୮ ହଜାର ଟଙ୍କା। ସବୁଦିନିଆ ଫସଲ ପାଇଁ ୨ ହଜାର ଟଙ୍କାର ଇନପୁଟ୍ ସବସିଡି। ଅନ୍ୟ ଫସଲ ପାଇଁ ମିଳିବ ହଜାରେ ଟଙ୍କା ଇନପୁଟ୍ ସବସିଡି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମାଛ ଚାଷୀଙ୍କୁ ହେକ୍ଟର ପିଛା ୮ ହଜାର ୨ ଶହ ଇନପୁଟ୍ ସବସିଡି। ମାଛ ଚାଷୀଙ୍କୁ ମିଳିବ ୧୨ ହଜାର ୨ ଶହ କ୍ଷତିପୂରଣ ସହାୟତା। ଗାଈ, ମଇଁଷି ମରିଥିଲେ ୩୦ ହଜାର ଟଙ୍କା ମିଳିବ। ବଳଦ ମରିଥିଲେ ମିଳିବ ୨୫ ହଜାର ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି। ସେହିପରି କ୍ଷତିଗ୍ରସ୍ତ ଜିଲ୍ଲାକୁ ୧୦ କୋଟିର ଫାର୍ମ ମେକାନାଇଜେସନ ସବସିଡି ମିଳିବ। ପ୍ରତ୍ୟେକ ୧୩୦ ଟଙ୍କାର ୧ ଲକ୍ଷ ଚାଷୀଙ୍କୁ ପରିବା ମଞ୍ଜି କିଟ୍‌ ମିଳିବ। ୭୫ ହଜାର ଚାଷୀଙ୍କୁ ୧୬୦ ଟଙ୍କାର ଶୀଘ୍ର ଅମଳକ୍ଷମ ମଞ୍ଜି କିଟ୍‌ ମିଳିବ। ୧୦ ହଜାର ଛତୁ ଚାଷୀଙ୍କୁ ଘର ମରାମତି ପାଇଁ ୫୦୦ ଲେଖାଏଁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.