ପୂର୍ବତନ ନୌସେନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୬ ଶିବସେନା କର୍ମୀ ଗିରଫ

0 66

ମୁମ୍ବାଇ: ହ୍ୱାଟସ୍ ଆପ୍ ଫରୱାର୍ଡ ଯୋଗୁଁ ଜଣେ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସ ଶୁକ୍ରବାର ୬ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଶିବସେନା ନେତା କମଲେଶ କଦମ ଏବଂ ୫ଜଣ ଦଳୀୟ କର୍ମୀ ସାମିଲ ଅଛନ୍ତି । ଖବର ଅନୁଯାୟୀ, ଏହି ଘଟଣାରେ ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ରାତାରାତି ମୁମ୍ବାଇ ପୋଲିସ ଗିରଫ କରିଥିଲା । ପୋଲିସର ସୂଚନାନୁସାରେ, ସେନା କର୍ମ·ରୀମାନେ ପୂର୍ବତନ ନୌସେନା ଅଧିକାରୀ ହ୍ୱାଟସ ଆପ୍ ଜରିଆରେ ଏକ କାର୍ଟୁନ ପୋଷ୍ଟ କରିଥିଲେ ଯେଉଁଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପରିହାସ କରାଯାଇଥିଲା । ପରେ ଶିବସେନାର କର୍ମୀମାନେ ଏହି ସେନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଯୋଗୁଁ ତାଙ୍କ ଆଖିରେ ଆଘାତ ଲାଗିଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା (୬୫) ପ୍ରକାଶ କରିଛନ୍ତି । ପୁରା ଘଟଣା ଏକ ସିସିଟିଭି କ୍ୟାମେରାରେ ରେକର୍ଡ କରାଯାଇଛି । ଉପାନ୍ତ ସହର କାଣ୍ଡିଭାଲିର ଲୋଖଣ୍ଡୱାଲା କମ୍ପେ୍ଲକ୍ସ ଅଞ୍ଚଳରେ ଏହି ଘଟଣା ସଂଘଠିତ ହୋଇଛି । ଆଇପିସି ଧାରା ୩୨୫ ଏବଂ ଦଙ୍ଗା ସମ୍ବନ୍ଧୀୟ ବ୍ୟବସ୍ଥା ଅନୁଯାୟୀ ଦୁର୍ବୃତ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ମଧ୍ୟ କରାଯାଇଛି ।

Leave A Reply

Your email address will not be published.