୩୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

0 72

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୁଲିସ ଗୋବିନ୍ଦପାଲ୍ଲୀ ବନ ବିଭାଗ ଫାଟକ ନିକଟରେ ଗତକାଲି ସଂଧ୍ୟାରେ ପେଟ୍ରୋଲିଂ କରୁଥିବାବେଳେ ବିପୁଳ ପରିମାଣରେ ଗଞ୍ଜେଇ ସହ ପିକଅପ ଭ୍ୟାନ ଜବତ କରି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ସଞ୍ଜୟ ରାୟ(୪୫)।ସୂଚନାଯୋଗ୍ୟ, ଥାନା ଏସଆଇ ଆର.କେ ସେଠୀଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ପଦ୍ମଗିରିରୁ ପଶ୍ଚିମବଙ୍ଗକୁ ପିକଅପ ଭ୍ୟାନ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ଗାଡ଼ିରେ ବିପୁଳ ପରିମାଣରେ ୪୯ଟି ପ୍ଲାଷ୍ଟିକ ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏଥିରେ ପାଖାପାଖି ୧୩୨୦ କିଲୋଗ୍ରାମ ୭୦୦ ଗ୍ରାମ ଗଞ୍ଜେଇ ସହ ଗାଡ଼ି, ମୋବାଇଲ ଫୋନ ଓ ହଜାରେ ଟଙ୍କା ଜବତ କରିଛି। ଅଭିଯୁକ୍ତର ଘର ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଅନ୍ତର୍ଗତ ଭଗବାନପୁର ଗ୍ରାମର ବୋଲି ଜଣାପଡ଼ିଛି। ଏନେଇ ମାଥିଲି ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇ ଓ ପିକଅପ ଭ୍ୟାନର ଆନୁମାନିକ ମୂଲ୍ୟ ୩୫ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି। ଏଥିସହ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି।

Leave A Reply

Your email address will not be published.