କୋଭିଡ ନିୟମକୁ ବେଖାତିର

0 69

ବିଭି୍ନ୍ନ ବଜାର ଓ ଦୋକାନରେ ଭିଡ

ସାମାଜିକ ଦୁରତ୍ୱକୁ ଫୁ

ଭୁବନେଶ୍ୱର : ରାଜ୍ୟରେ କୋଭିଡ଼ ମୁକାବିଲା ସହିତ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ସବୁ ଜିଲା ଏବଂ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠାଠାରୁ ଆରମ୍ଭ କରି ଭୁବନେଶ୍ୱର, କଟକ, ରାଉରକେଲା ଭଳି ମହାନଗର ନିଗମରେ କୋଭିଡ଼ ପରିଚାଳନା ଓ ହସ୍ପିଟାଲ ପ୍ରତିଷ୍ଠାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର। କୋଭିଡ଼ ସଂକ୍ରମଣ କମିବା ବଦଳରେ ବଢ଼ିଚାଲିଛି। ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଏବେ ପ୍ରତ୍ୟେକ ଛକ, ବଜାର, ଗଳି ଓ ରାସ୍ତରେ ଅମାନିଆଙ୍କୁ ସାବାଡ କରିବା ପାଇଁ ଉଦ୍ୟମ ଚାଲିଛି କଡାକଡି ମାସ୍କ ଓ ହେଲମେଟ ଚେକିଂ ଯୋରଦାର କରାଯାଇଛି । ଅମାନିଆମାନେ କିଭଳି ଭାବେ ବିଭିନ୍ନ ସ୍ଥାନରେ ବୁଲି କରୋନା ନିୟମକୁ ବେଖାତିର ନ କରିପାରିବେ ସେ ପ୍ରତି ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଭୁବନେଶ୍ୱରର ସବୁ ସ୍ଥାନରେ ଦେଖିବାକୁ ମିଳିଛି ଖୁଲମଖୁଲା ଗହିଳି । ଜନ ସାଧାରଣଙ୍କ ଠାରୁ ଆରମ୍ଭ କରି ଉଠା ଦୋକାନୀ ଓ ବଡ ବଡ ସପିଙ୍ଗ ମଲରେ ଗହଳି ଦେଖିବାକୁ ମଳିଛି । ପୋଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଏହାକୁ କେହି ଖାତିର କରୁନଥିବା ଜଣାପଡିଛି । ସାମଜିକ ଦୁରତ୍ୱ, ଦୋକାନ ସମ୍ମୁଖରେ ଖାଦ୍ୟ ନ ଖାଇବା, ଜନ ଗହଳି ସ୍ଥାନରେ ସାମଜିକ ଦୁରତ୍ୱକୁ ଦେଖି ଚଳିବା ଆଦି ନିୟମକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି । ଲୋକଙ୍କ ଜୀବିକା ଚଳଚଞ୍ଚଳ କରିବା ପାଇଁ ବେପାର ବଣିଜ ଖୋଲିବା ଏବଂ ଶିଳ୍ପ ବିପନ୍ନ ହେବା କାରଣରୁ ଅର୍ଥନୀତିକୁ ସଂସ୍ଥାକୁ ଅଧିକ କ୍ରିୟାଶୀଳ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ଦିଗକୁ ଗତିଶୀଳ କରିବା ଲକ୍ଷ୍ୟରେ ସରକାରଙ୍କ କୋହଳ ନୀତି ଏବେ ଲୋକଙ୍କ ପାଇଁ ଉପକାର ପରିବର୍ତ୍ତେ ଅଧିକ ଅପକାର କରୁଛି। ବିଶେଷ କରି ଭୁବନେଶ୍ୱର, କଟକ, ରାଉରକେଲାଠାରୁ ଆରମ୍ଭ କରି ପ୍ରତି ଜିଲା ମୁଖ୍ୟାଳୟରେ ସର୍ବସାଧାରଣଙ୍କ ଅବାଧ ବିଚରଣ କୋଭିଡ଼ ପରିଚାଳନାରେ ସମସ୍ୟା ସୃଷ୍ଟି କରିଛି। ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ରହୁନି। ବଜାରରେ ସାମାଜିକ ଦୂରତା ରକ୍ଷା କଥା ଲୋକେ ଭୁଲିଗଲେଣି। ଗାଡ଼ି ଚଳାଚଳ ଉପରେ କଟକଣା ନାହିଁ। ଏପରିକି ପ୍ରଶାସନ ପକ୍ଷରୁ ଧରପଗଡ଼ ଅଭିଯାନ ବି ଶିଥିଳ ପଡ଼ିଯାଇଛି।


ରାଜ୍ୟରେ ମାର୍ଚ୍ଚ ୧୫ରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରୁ। ପ୍ରଥମେ ପ୍ରାୟ ଦୁଇ ମାସ ପର୍ୟ୍ୟନ୍ତ କାଁ ଭାଁ ସଂକ୍ରମଣକୁ ଦେଖି ଲୋକଙ୍କ ଭିତରେ ଛନକା ପଶିଯାଉଥିଲା । ରାଜ୍ୟରେ ଦିନକୁ ପରୀକ୍ଷଣ ପୂର୍ବରୁ ୧୦୦୦ଭିତରେ ସୀମିତ ଥିବାବେଳେ ଏବେ ତାହା ୫୦ହଜାର ଛୁଇଁଲାଣି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ସୁସ୍ଥତା ହାର ବି ବଢ଼ୁଛି। ହେଲେ ଅନେକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବା ପରେ ବି ପୁନର୍ବାର ପରୀକ୍ଷା ପରେ ପଜିଟିଭ ବା ସଂକ୍ରମିତ ଥିବା ଲକ୍ଷ୍ୟ କରାଯାଉଛି। ଏବେ ଯେଉଁ ଅନୁପାତରେ ଭୁବନେଶ୍ୱର ଭଳି ସହରରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ଠିକଣା ଭାବେ ଚିକିତ୍ସା ଯୋଗାଇବା ବି କାଠିକର ପାଠ।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ ସଂକ୍ରମିତ ଚିହ୍ନଟର ଦୁଇ ମାସ ପର୍ୟ୍ୟନ୍ତ ସଂକ୍ରମିତ ସଂଖ୍ୟା ୬ଶହ ଟପିଥିଲେ ହେଁ ମୃତ୍ୟୁ ସଂଖ୍ୟା ୩ରେ ସୀମିତ ଥିଲା। ହେଲେ ଗତ ୪ ମାସ ଭିତରେ ସଂକ୍ରମଣ ଲକ୍ଷେ ଟପି ଦେଢ଼ ଲକ୍ଷକୁ ମୁହାଁଉଥିବାବେଳେ ମୃତ୍ୟୁ ସଂଖ୍ୟା ୬୧୬ରେ ପହଞ୍ଚିଲାଣି। ତେବେ ସରକାରଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଏଥିରେ ସୁସ୍ଥ ବା ଆରୋଗ୍ୟ ଲଭିଥିବା ରୋଗୀଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ।

କୋଭିଡ଼ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ସଂକ୍ରମଣ ହାର ମାତ୍ରାଧିକ ବଢ଼ିଛି। ସେପ୍ଟେମ୍ବରରେ ସଂକ୍ରମଣ ରେକର୍ଡ଼ ଟପିବ ବୋଲି ଆକଳନ କରାଗଲାଣି। ଇତିମଧ୍ୟରେ ଭୁବନେଶ୍ୱର ଓ କଟକରେ ଅଧିକ କୋଭିଡ଼ ହସ୍ପିଟାଲ, ବେଡ଼ ଓ ଆଇସିୟୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। କିନ୍ତୁ ଅନ୍ଲକ ପରେ କଟକଣା କୋହଳ କରିବା ଦ୍ୱାରା ବିନା ମାସ୍କରେ, ସାମାଜିକ ଦୂରତା ରକ୍ଷା ନକରି ବଜାର ଘାଟରେ ଲୋକଙ୍କ ଅବାଧ ଆତଯାତ କୋଭିଡ଼ ସଂକ୍ରମଣକୁ ଅଧିକ ବଢ଼ାଇବାର ଆଶଙ୍କା ରହିଛି।
ନିକଟରେ ସ୍ୱତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅନ୍ଲକ ସମୟର କୋହଳ କଟକଣା ଭିତରେ ଆମ ବଜାର ତଥା ବ୍ୟବସାୟିକ ପେଣ୍ଠ ଏବଂ ସହରାଞ୍ଚଳର ଭିଡ଼ ପରିସ୍ଥିତି ନେଇ ତଥ୍ୟ ଉପସ୍ଥାପନ କରିବା ସହିତ ଲୋକଙ୍କୁ ନିୟମାବଳୀ ପାଳିବାକୁ ଅନୁରୋଧ କରିବା ସହିତ ସତର୍କ ନରହିଲେ ଆଗକୁ ଧରପଗଡ଼ ଅଭିଯାନ ସମ୍ପର୍କରେ ବି ସୂଚାଇ ଦେଇଥିଲେ। ରାଜ୍ୟର ମୁଖ୍ୟ ସ୍ଥାନ ଖୋଦ୍ ରାଜଧାନୀ ଭୁବନେଶ୍ୱର(ଖୋର୍ଦ୍ଧା ଜିଲ୍ଲା)ରେ ଅଧିକ ସଂକ୍ରମଣ ଏବେ ବଢିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥବଲେ ମଧ୍ୟ ଜନ ସାଧାରଣଙ୍କ ଜୀବନ ଜିବିକାକୁ ଦୁଷ୍ଟିରେ ରଖି କିଛି ନିୟମ କୋହଳ କରାଯାଇଥିଲେ ବି କିଛି ଲୋକ ଏଡି ନିୟମକୁ ନ ମାନି ଖୁଲମ ଖୋଲା ବୁଲୁଥିବା ଦେଖବବାକୁ ମିଳୁଛି । ଉଠା ଦୋକାନୀ ମାନେ ନିଜ ଦୋକନ ସମ୍ମୁଖରେ ସାମାଜିକ ଦୁରତ୍ୱ ବଜାୟ ରଖୁ ନାହାଁନ୍ତି । ବିଭନ୍ନ୍ ମାର୍କେଟରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ବରିଷ୍ଠବ୍ୟକ୍ତିଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି ।

Leave A Reply

Your email address will not be published.