ଡ୍ରଗ୍ସ ଲିଙ୍କକୁ ନେଇ କଙ୍ଗନାଙ୍କ ନୂଆ ଭିଡିଓ ଭାଇରାଲ୍

0 79

ନୂଆଦିଲ୍ଲୀ: କଙ୍ଗନା ରନାୱତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାର୍ଚ୍ଚ ୨୦୨୦ ନବରାତ୍ରି ସମୟରେ କଙ୍ଗନା ତାଙ୍କ ସହର ମନାଲିରେ ଏହି ଭିଡିଓ ନିଆଯାଇଥିଲା । ଏହା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା । ୪ ମିନିଟର କ୍ଲିପ୍ରେ କଙ୍ଗନା ୧୫-୧୬ ବର୍ଷ ବୟସରେ ଘରୁ ଗୋଡ଼ କାଢ଼ିବା ଓ ପରେ ଫିଲ୍ମ ଷ୍ଟାର ହେବା ବିଷୟରେ ସେ ଏଥିରେ କହିଛନ୍ତି । ସେ କହିଛନ୍ତି ଯେ ସେ ଜଣେ ନିଶାଖୋର୍ ଥିଲେ ଏବଂ ପରେ ସେ କିପରି ତାଙ୍କ ଜୀବନକୁ ବଦଳାଇଥିଲେ । ମୋ ଜୀବନରେ ବହୁତ ଘଟଣା ଘଟୁଥିଲା । ଯେତେବେଳେ ମୁଁ କିଶୋର ଥିଲି ମୁଁ ଭୁଲ ଲୋକଙ୍କ ହାତରେ ପଡ଼ିଯାଇଥିଲି ଏବଂ ମୋ ଜୀବନରେ ଅନେକ ଘଟଣା ଘଟିଥିଲା । କଳ୍ପନା କରନ୍ତୁ ମୁଁ କେତେ ବିପଦଜନକ ଅବସ୍ଥାରେ ଥିଲି । ବର୍ତ୍ତମାନ ଡ୍ରଗ୍ସ ଲିଙ୍କ୍ ମାମଲାରେ ଫିଲ୍ମ ଇଣ୍ଡଷ୍ଟ୍ରି ଏନସିବି ସ୍କାନରରେ ଥିବା ସମୟରେ କଙ୍ଗନାଙ୍କ ଏହି ଭିଡିଓ ପୁଣି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଡ୍ରଗ୍ସ ମାମଲାରେ କଙ୍ଗନା ରନାୱତଙ୍କ ଲିଙ୍କ୍କୁ ନେଇ ମହାରାଷ୍ଟ୍ର ସରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ପୂର୍ବତନ ପ୍ରେମିକା ତଥା ଅଭିନେତା ଅଧ୍ୟୟନ ସୁମନଙ୍କ ୨୦୧୬ ସାକ୍ଷାତକାରକୁ ନେଇ ଏହି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ କଙ୍ଗନା ରାନାୱତ ଡ୍ରଗ୍ସ ନେଇଛନ୍ତି ବୋଲି ଅଧ୍ୟୟନ ସୁମନଙ୍କ ମନ୍ତବ୍ୟ ପରେ ମୁମ୍ବାଇ ପୋଲିସ ଏବେ ଯାଞ୍ଚ ଆରମ୍ଭ କରିବ ।

Leave A Reply

Your email address will not be published.