ଡେଥ୍ ଅଫ୍ ଡେମୋକ୍ରାସି : ଶମିତା

0 69

ନୂଆଦିଲ୍ଲୀ: ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା କଙ୍ଗନା ରାନାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ବିଷୟରେ ଟ୍ୱିଟ କରିବା ପରେ ଅଭିନେତ୍ରୀ ଶମିତା ଶେଟ୍ଟୀ ଟ୍ରେଣ୍ଡ ତାଲିକାରେ ସ୍ଥାନ ପାଇଛନ୍ତି । ଶମିତା କହିଛନ୍ତି କି ପ୍ରତ୍ୟେକ ବ୍ୟକ୍ତିର ଫ୍ରିଡମ୍ ଅଫ୍ ସ୍ପିଚ୍ ରହିଛି । କିନ୍ତୁ କଙ୍ଗନାଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ଖୁବ୍ ଦୁଃଖଦାୟକ ଓ ବହୁତ ବଡ଼ ଭୁଲ୍ । ସେ ଆହୁରି ପ୍ରଶ୍ନ କରିଛନ୍ତି କି କ’ଣ ଗୁଣ୍ଡାଜିମ୍ ସହିତ ବର୍ତ୍ତମାନ ଗଣତନ୍ତ୍ର, ମାନବ/ସମ୍ପତ୍ତି ନିରାପତ୍ତା ଆପୋଷ ବୁଝାମଣା ହୋଇଛି କି? ମୁଁ ଜଣେ ଭାରତୀୟ ଭାବେ ନିଜକୁ ଗର୍ବିତ ମନେ କରେ ଏବଂ ମୁମ୍ବାଇରେ ସର୍ବଦା ନିଜକୁ ସୁରକ୍ଷିତ ମନେ କରୁଥିଲି । କିନ୍ତୁ ବର୍ତ୍ତମାନ ଦୁଃଖିତ ଏବଂ ଅସୁରକ୍ଷିତ! ଡେଥ୍ ଅଫ୍ ଡେମୋକ୍ରାସି!

Leave A Reply

Your email address will not be published.