ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ ମହିଳା ଆଣିଲେ ଅଭିଯୋଗ

0 63

ମାଲକାନଗିରି: ସାରା ଦେଶରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହି ସମୟରେ କାମ ଧନ୍ଦା ଠପ ହୋଇଯାଇଥିବା ହେତୁ ବର୍ତ୍ତମାନ ଚିନ୍ତା ରେ ଶ୍ରମିକ। ତେବେ ଏହି ଶ୍ରମିକ ଦିନ ସାରା ଝାଳ ବୁହାଇ ପରିଶ୍ରମ କଲେ ସେ ତା ପରିବାର ପ୍ରତିପୋଷଣ କରେ।  ତେବେ କୋଭିଡ ପରିସ୍ଥିତି କୁ ଆଖି ଆଗରେ ରଖି ସରକାର ସମସ୍ତ ଋଣ ପରିଶୋଧ ନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ଙ୍କ ନିୟମ କୁ ନ ମାନି ଋଣ ପରିଶୋଧ କରିବାକୁ ବାଧ୍ୟ କରିବା ସହ ଲୋକଙ୍କୁ ଧମକ ଦେଇଛି ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ ନାମକ ଘରୋଇ ବ୍ୟାଙ୍କ। ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ର କିଛି ଗ୍ରାମରେ ଦେଖିବାକୁ ମିଳିଛି। ତେବେ ଏହି ପଞ୍ଚାୟତ ର କିଛି ଗ୍ରାମ ଯଥା:- ଆଡିଗୁଡା, କାଲିଆମୁଣ୍ଡା, ପାଟଣାଗୁଡା, ସେମିଳିଗୁଡା, ସାହେବଗୁଡା, ପୁଷ୍ପାଲି, ବନୁର ଆଦି ଗ୍ରାମ ଗୁଡିକର ମହିଳା ମାଆ ମାନେ ଫ୍ୟୁଜନ ନାମକ ଘରୋଇ କମ୍ପାନୀ ରୁ ଋଣ ନେଇଥିଲେ। ତେବେ ଲକଡାଉନ ହେତୁ କାମ ଧନ୍ଦା ନାହିଁ ତେଣୁ ସେମାନେ କିଛି ମାସ ନିଜ ଋଣ ପରିଶୋଧ କରିପାରିବେ ନାହିଁ ବୋଲି କହିଥିଲେ। ଏହାସହ କମ୍ପାନୀ କୁ କିଛି ସମୟ ମଧ୍ୟ ମାଗିଥିଲେ। କିନ୍ତୁ କମ୍ପାନୀ ସେମାନଙ୍କ ପରିସ୍ଥିତି କୁ ନ ବୁଝି ଟଙ୍କା ଫେରସ୍ତ କରିବା ନିମନ୍ତେ ବାଧ୍ୟ କରିଥିଲେ। ତେଣୁ ଲକଡାଉନ ର କିଛି ମାସ ନିଜ ଘର ର କିଛି ସମ୍ବଳ କୁ ବନ୍ଧକ ରଖି ଋଣ ଟଙ୍କା ପରିଶୋଧ କରିଥିଲେ। କିନ୍ତୁ ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲୁଥିବା ହେତୁ ଅତି କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରୁଥିବା କହିଥିଲେ। ଏହାସହ ଏହି ଗ୍ରାମ ଗୁଡିକର ମହିଳା ମାଆ ମାନେ ଚାଷ କାର୍ଯ୍ୟ ଶେଷ ହେବା ପରେ ନିଜର ସବୁ ଟଙ୍କା ପରିଶୋଧ କରିବେ ବୋଲି ମଧ୍ୟ କହିଥିଲେ। କିନ୍ତୁ ସେସବୁ କଥା ନ ଶୁଣି ଏହି ଫାଇନାନ୍ସ କମ୍ପାନୀ ର କିଛି କର୍ମଚାରୀ ଟଙ୍କା ଆଦାୟ କରିବାକୁ ଯାଇ ଗ୍ରାମର ମହିଳା ମାନଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଏହି ଗ୍ରାମବାସୀ। ଏହାସହ ନିଜର ଘର, ଜମିବାଡ଼ି, ଛେଳି, ଗାଈ ବିକ୍ରି କରି କିମ୍ବା ସୁନା ବନ୍ଧା ପକାଇ ଟଙ୍କା ଦିଅ ବୋଲି ଧମକ ଦେଇଥିଲେ। ତେଣୁ ଶେଷରେ ଗ୍ରାମର ମହିଳା ମଙ୍ଗୁଳି ଗୋଲରୀ, ରୀନା ମାଡକାମୀ, ଶଶୀ ପାତ୍ର, ବାସନ୍ତୀ ପାତ୍ର, ମନିକା ମାଝୀ, ଦେବୀ ମାଡକାମୀ ଆଦି ଗ୍ରୁପ ର ସଦସ୍ୟ ମାନେ ଏହାକୁ ବିରୋଧ କରି ଫାଇନାନ୍ସ କମ୍ପାନୀ ବିରୋଧରେ ଏକ ଅଭିଯୋଗ ପତ୍ର ସ୍ଥାନୀୟ କୋରୁକୋଣ୍ଡା ବିଡ଼ିଓ ଏବଂ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ଏହାସହ ସେମାନେ ଜାନୁଆରୀ ମାସ ପର୍ଯ୍ୟନ୍ତ ସମୟ ଦେଲେ ନିଜର ସବୁ ଋଣ ପରିଶୋଧ କରିବେ ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.