ଗ୍ରାମରୁ କୁମ୍ଭୀର ଉଦ୍ଧାର

0 71

ଗଞ୍ଜାମ : ବାଇକରେ ଆଣି ଘୋଡ଼ାହାଡ଼ ଡ଼୍ୟାମରେ ଛାଡିଲେ ଗାଁର ଯୁବକ । ଏବେ ଏହାର ଭିଡିଓ ଭାଇରାଲ ହେଉଛି । କୁମ୍ଭୀରକୁ ଉଦ୍ଧାର ପରେ କିଭଳି ଭାବରେ ବେଖାତିର ଢ଼ଙ୍ଗରେ ବାଇକ ରେ ବସାଇ ନେଉଛନ୍ତି ତାହା ଭିଡିଓରେ ସଫା ସଫା ଦିଶୁଛି । କିଭଳି ସୁରକ୍ଷାହୀନ ଭାବରେ କୁମ୍ଭୀରଟିକୁ ଅଣାଯାଉଛି ତାହା ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗୀ ଗାଁରେ ଦେଖିବାକୁ ମିଳିଛି ।  ଏହା ଗାଁ ଲୋକଙ୍କ କୁମ୍ଭୀର ପ୍ରତି ଭଲ ମାନବିକତାର ପରିଚୟ ହୋଇଥାଇପାରେ । କିନ୍ତୁ ଏଭଳି ଭାବେ ଭୁଲ ଢ଼ଙ୍ଗରେ ଗାଡ଼ିରେ କୁମ୍ଭୀରକୁ ନେବା ସମ୍ପୂର୍ଣ୍ଣ ଭାବରେ ଭୁଲ । କିନ୍ତୁ ଏଥିରେ ଗାଁ ଲୋକଙ୍କର କୌଣସି ଭୁଲ ନାହିଁ । କେବଳ ଦିଗପହଣ୍ଡି ବନବିଭାଗର ଅପାରଗତା ଏବଂ ଖାମଖିଆଲିଆ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଯଦି ଏଠାରେ ବନ ବିଭାଗ ତାର କାର୍ଯ୍ୟକୁ ଠିକ୍‌ ଭାବରେ କରିଥାନ୍ତା ତେବେ ଗାଁ ଲୋକଙ୍କୁ ଏଭଳି ଭାବରେ କୁମ୍ଭୀରକୁ ନେଇ ଯିବାକୁ ପଡ଼ି ନଥାନ୍ତା । ସବୁଠାରୁ ବଡ଼ କଥା ହେଉଛି କୁମ୍ଭୀରକୁ ଉଦ୍ଧାର ପରେ ଠିକ୍‌ ଭାବରେ ନଦୀରେ ଛଡ଼ା ହୋଇଥିବା କହିଥିଲା ଦିଗପହଣ୍ଡି ବନବିଭାଗ ରେଞ୍ଜର ପ୍ରମୋଦ ଖଡ଼ଗରାୟ । କିନ୍ତୁ ଏବେ ଭିଡିଓ ଭାଇରାଲ ହେବା ପରେ ଭନବିଭାଗର ଅସଲ ମୁଖା ସାମ୍ନାକୁ ଆସିଛି । କୁମ୍ଭୀର ଉଦ୍ଧାର ସମୟରେ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟର ବନରକ୍ଷୀ ସୁଜାତା ରଥ, ମୂରଲୀଧର ନାୟକଙ୍କ ସହ ବନବିଭାଗ ପାରା କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ କୁମ୍ଭୀରର ସୁରକ୍ଷା ପ୍ରତି କାହାରି ଯେମିତି ନିଘା ନଥିଲା । ମିଛ କହି ଲୋକଙ୍କ ଠାରୁ ପ୍ରସଂଶା ହାତେଇବାକୁ ଚାହୁଁଥିଲେ କି ବନବିଭାଗ ବୋଲି ଏଠାରେ ମନେ ହେଉଛି । ଯଦି ଦେଖିବା ତେବେ ରାଜ୍ୟ ସରକାର ବନବିଭାଗକୁ ସବୁକିଛି ସହାୟତା ଯୋଗାଇଛନ୍ତି କିନ୍ତୁ ଏହାକୁ ସଠିକଭାବରେ ବ୍ୟବହାର କରାଯାଉନାହିଁ । ଯଦି ଏତେ ସବୁ ସୁବିଧା ରହିଛି ତେବେ କହିଁକି କୁମ୍ଭୀରଟିକୁ ସ୍ୱତନ୍ତ୍ର ଗାଡ଼ିରେ ନିଆଗଲା ନାହିଁ ? କାହିଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲା ନାହିଁ ? ଯଦି ଅଧା ବାଟରେ ଲୋକଙ୍କର କି କୁମ୍ଭୀରର କୌଣସି ଅସୁବିଧା ହୋଇଥନ୍ତା ତେବେ ସେଥିପାଇଁ ଦାୟୀ କିଏ ହୋଇଥାନ୍ତା ? ଏମିତି ଅନେକ ପ୍ରଶ୍ନ ଏବେ ଦିଗପହଣ୍ଡି ବନବିଭାଗ ଉପରେ ଉଠିଛି । ସୁଚନା ଅନୁଯାୟୀ, ଗତକାଲି ଏହି କୁମ୍ଭୀରଟିକୁ ଉକ୍ତ ଗାଁର ସିମାଞ୍ଚଳ ପାଣିଗ୍ରାହୀଙ୍କ ଧାନ ଜମିରୁ ଉଦ୍ଧାର କରାଯାଇଥିଲା । ଯାହାକୁ  ଦିଗପହଣ୍ଡି ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି ବୋଲି କହିଥିଲେ ଦିଗପହଣ୍ଡି ରେଞ୍ଜର ପ୍ରମୋଦ ଖଡ଼ଗରାୟ । କିନ୍ତୁ ଆଜି ଭିଡିଓ ଭାଇରାଲ ପରେ ସବୁ ମିଛ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.