ଗଜପତି ପୋଲିସର ସଫଳତା ଚନ୍ଦନକାଠ ଓ

0 77

ଗଞ୍ଜେଇ, ଚନ୍ଦନ କାଠ ଜବତ : ୩ଗିରଫ


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ଚନ୍ଦନ କାଠ ଓ ଆସାମକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଦ୍ୱାରା ପୃଥକ ପୃଥକ ଭାବେ ଜବତ ହୋଇଛି । ଘଟଣାରୁ ପ୍ରକାଶ ଗତକାଲି ଗଜପତି ଜିଲ୍ଲାର ଛେଳିଗଡ ଅଞ୍ଚଳରୁ ଏକ କାର୍ ଯୋଗେ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଖବର ଚନ୍ଦ୍ରଗିରି ପୋଲିସ ନିକଟରେ ପହଞ୍ଚିଥିଲା । ଏହା ମୋହନା ଥାନାଅଧିକାରୀ ଜାଣିବା ପରେ ତାଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ଚୋରା ଚାଲାଣ ହେଉଥିବା କାର୍ଟିକୁ ଲୁହାଗୁଡି ଓ କମଳାପୁର ମଧ୍ୟରେ ପୋଲିସ ଉକ୍ତ କାର୍ଟିକୁ ଅଟକାଇ ତଦନ୍ତ କରିଥିଲେ । ଏହି କାର୍ ମଧ୍ୟରେ ୫ଗୋଟି ବସ୍ତାରୁ ପ୍ରାୟ ୭୯କେଜି ୨୭୦ଗ୍ରାମ ଓଜନର ଚନ୍ଦନ କାଠ ଗଚ୍ଛିତ ଥିବା ଜଣାପଡିଥିଲା । ଚନ୍ଦନ କାଠ ଚୋରା ଚାଲାଣ କରୁଥିବା ଅଭିଯୁକ୍ତ ହେଲେ ବ୍ରହ୍ମପୁରର ଏମ.ଡି.ଜାମସେଦ୍ ଓ ଉତ୍ତରପ୍ରଦେଶର ଶ୍ରବଣ ଶର୍ମା । ଚୋରା ଚାଲାଣକାରୀ ୨ଜଣକୁ ପୋଲିସ ଗିରଫ କରିଛି । ଜବତ ହୋଇଥିବା ଚନ୍ଦନ କାଠର ମୁଲ୍ୟ ୧ଲକ୍ଷ ୫୦ ହଜାର ହେବ ବୋଲି ଜଣାପଡିଛି । ତେବେ କାର ସହ ଜବତ ହୋଇଥିବା ଚନ୍ଦନ କାଠକୁ ପୋଲିସ ଚନ୍ଦ୍ରଗିରି ରେଞ୍ଜ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସେହିପରି ମୋହନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଅଡବା ପଟୁ ଆସୁଥିବା ଏକ ଟ୍ରକ୍କୁ ଅଟକାଇ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ଏଥିରେ ଏକ ଗୁପ୍ତ ଚାମ୍ବର ଥିବା ପୋଲିସ ଦେଖିବାକୁ ପାଇଥିଲେ । ସେହି ଚାମ୍ବର ମଧ୍ୟରୁ ୨୦ଗୋଟି ପ୍ଲାଷ୍ଟିକ ଜରି ବସ୍ତାରେ ଚୋରା ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା । ଯାହାର ଓଜନ ୫୦୨କେଜି ୭୦୦ଗ୍ରାମ ଏବଂ ଏହାର ଆନୁମାନିକ ମୁଲ୍ୟ ୩୦ଲକ୍ଷ ହେବ ବୋଲି ଜଣାପଡିଛି । ଏଥିରେ ଟ୍ରକ ଡ୍ରାଇଭର ଆସାମର ଗୋପାଳ ଚନ୍ଦ୍ର ରାୟକୁ ପୋଲିସ ଗିରଫ କରିଛି । ଏହି ଗଞ୍ଜେଇ ଗଜପତିର ରାଇପଙ୍କା ଠାରୁ ଅଣାଯାଇ ଆସାମ ଓ କଲିକତାକୁ ଚୋରା ଚାଲାଣ କରାଯାଉଥିଲା । ଏଥିନେଇ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ଯେ,ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ପେଟ୍ରୋଲିଂ ଜାରି ରହିଛି । ସେହି ୩ଜଣ ଚୋରା ଚାଲାଣକାରୀଙ୍କୁ କୋର୍ଟଚାଲାଣ କରାଯାଇଛି ।

Leave A Reply

Your email address will not be published.